ସେନାରେ ଓଡ଼ିଆ ଅଫିସରଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ () ଭାରତୀୟ ସେନାରେ ଓଡ଼ିଆ ପୁଅଙ୍କୁ ବଡ଼ ଦାୟିତ୍ୱ। ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତି ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ନିଯୁକ୍ତ ହୋଇଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ୍ ଏସ୍.କେ ସାଇନିଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ । ପାକିସ୍ତାନ ଓ ଚୀନ ସୀମାରେ ଅପରେସନ୍ ସହିତ ଆସାମ୍ରେ ଅନୁପ୍ରବେଶ ବିରୋଧୀ ମୁକାବିଲାରେ ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତିଙ୍କ ଅଭିଜ୍ଞତା ରହିଛି । ଭାରତୀୟ ସେନାର କମାଣ୍ଡର ଭାବେ ଦାୟିତ୍ୱ ସମ୍ଭାଳିବାରେ ଦ୍ୱିତୀୟ ଓଡ଼ିଆ ହେଉଛନ୍ତି ସି. ପି. ମହାନ୍ତି ।

କେବଳ ଏତିକି ନୁହେଁ ଏହାପୂର୍ବରୁ ଭାରତୀୟ ସେନାର ଏହି ଓଡ଼ିଆ ପୁଅ ଆସାମରେ ଉଗ୍ରବାଦୀଙ୍କ ବିରୋଧରେ ସଫଳ କାର୍ୟ୍ୟାନୁଷ୍ଠାନ କରିବାରେ ଭୂମିକା ନିଭାଇଥିଲେ । ଏହାସହ ଜାତିସଂଘ ଶାନ୍ତି ସେନାରେ ସାମିଲ ହୋଇ ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରେ ମଧ୍ୟ ତାଙ୍କର କାର୍ୟ୍ୟ କରିବାର ଅଭିଜ୍ଞତା ରହିଛି ।

Share

Leave a Reply

Your email address will not be published. Required fields are marked *

2 + 14 =