୧୫ ଉଚ୍ଚ ମାଧ୍ୟମିକ ସ୍କୁଲକୁ ନୋଟିସ

ଭୁବନେଶ୍ୱର()  ଗତକାଲି ପ୍ରକାଶ ପାଇଥିବା +୨ ବିଜ୍ଞାନ ଫଳାଫଳରେ ଶୂନ ରେଜଲ୍ଟ ପାଇଁ ୧୫ଟି ଶିକ୍ଷାନୁଷ୍ଠାନକୁ ନୋଟିସ କରାଯାଇଛି ।  ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ଟି ଉଚ୍ଚ ମାଧ୍ୟମିକ ସ୍କୁଲକୁ ନୋଟିସ ଜାରି କରାଯାଇଛି ।  ଏବର୍ଷ କାହିଁକି ଆଡମିଶନ ଅନୁମତି ରଦ୍ଧ ନହେବ ଏବଂ ଶିକ୍ଷାନୁଷ୍ଠାନରୁ ବିଜ୍ଞାନ ପାଠ୍ୟକ୍ରମ କାହିଁକି ରଦ୍ଧ ନହେବ ସେ ନେଇ ୧୫ଟି ଶିକ୍ଷାନୁଷ୍ଠାନକୁ ନୋଟିସ କରାଯାଇଛି । ଆସନ୍ତା ୭ ଦିନ ଭିତରେ ନୋଟିସର ଜବାବ ଦେବାକୁ ବିଭାଗୀୟ ନିଦେ୍ର୍ଧଶକ ନିଦେ୍ର୍ଧଶ ଦେଇଛନ୍ତି ।  ଗତକାଲି ଫଳାଫଳ ପ୍ରକାଶ ପାଇବା ପରେ ୧୫ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଫଳାଫଳ ଶୂନ ବୋଲି ଜଣାପଡ଼ିଥିଲା । ଏହି ସ୍କୁଲଗୁଡ଼ିକର ଜଣେ ବି ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନ ଥିଲେ । ତେବେ ଏନେଇ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ସ୍କୁଲକୁ ସୋ-କଜ ନୋଟିସ ମଗାଯିବ ବୋଲି ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ ।

Share

Leave a Reply

Your email address will not be published. Required fields are marked *

two × four =