୨୦ କେଜି ଓଜନ କମେଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନେତା ଏବଂ ମନ୍ତ୍ରୀଙ୍କୁ ଫିଟନେଓ ମନ୍ତ୍ର ପଢ଼ାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ନେତା ଓ ମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ କଥା ହେବାବେଳେ ଫିଟନେଓ ମନ୍ତ୍ର ଦେଇଥିବା ଦେଖିବାକୁ ମିଳିଛି । ଗତକାଲି ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବୀନ ବେଶ ଫିଟ୍ ଥିବା ନଜର ଆସିଥିଲେ । ସେ ଏକ କଳା ରଙ୍ଗର ଟିସାର୍ଟ ପିନ୍ଧିଥିଲେ । ବେଶ ଫିଟ୍ ଥିବା ମୁଖ୍ୟମନ୍ତ୍ରୀ ନେତା ଓ ମନ୍ତ୍ରୀଙ୍‌କୁ ଫିଟ୍ ରହିବା ଲାଗି ମନ୍ତ୍ର ଦେଇଥିଲେ । ସେପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ସେ ଏହାରି ଭିତରେ ୨୦ କିଲୋ ଓଜନ କମେଇଛନ୍ତି । ଏଣୁ ଏଥିରୁ ସ୍ପଷ୍ଟ ଜଣା ପଡୁଛି କି, ମୁଖ୍ୟମନ୍ତ୍ରୀ ବେଶ ଫିଟ ଅଛନ୍ତି । ପୂର୍ବରୁ ନବୀନଙ୍କ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଲୋକପ୍ରିୟତା ସାଉଁଟିଥିଲା । ସେ ବ୍ୟାୟାମ ଓ ଜିମ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଥିଲା ।

Share

Leave a Reply

Your email address will not be published. Required fields are marked *

one × three =