ଆମିଷ ଦୋକାନ ସିଲ୍‌

ଭୁବନେଶ୍ୱର: କରୋନା କଟକଣାକୁ ଅଧିକ କଡ଼ାକଡ଼ି କରିବା ପାଇଁ ଗତକାଲି ଠାରୁ ପୋଲିସ୍ କମିଶନରେଟ୍ ପକ୍ଷରୁ ସ୍ପୋଶାଲ ଡ଼ାଇଭ୍ ଆରମ୍ଭ ହୋଇଛି । ଯାହାଫଳରେ କଟକଣାକୁ ଉଲ୍ଲଘଂନ କରୁଥିବା ଅମାନିଆଙ୍କୁ ଗିରଫ କରିବା ସହ ଦୋକାନ ସିଲ୍ କରିବା ପାଇଁ ମଧ୍ୟ କୁହାଯାଇଥିଲା ।

ତେବେ ଏହି ପରିପେକ୍ଷୀରେ ଆଜି ପଟିଆ ସ୍ଥିତ ‘ଦ ନନ ଭେଜ ୱାର୍ଲଡ’ ଦୋକାନକୁ ସିଲ କରିଛି ବିଏମସି । ଏହି ଦୋକାନ ନିୟମ ଉଂଲଘନ କରି ଉଭୟ ଅନ ଲାଇନ୍ ଓ ଅଫଲାଇନରେ ବିକ୍ରି କରୁଥିଲା । ଫଳରେ ବିଏମସି ଅନିର୍ଦ୍ଧିଷ୍ଠ କାଳ ପାଇଁ ଦୋକାନକୁ ସିଲ କରିଛି ଏବଂ ନିୟମ ଉଲ୍ଲଘଂନ କରିଥିବା ୩ଜଣ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ୍ ।

ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଲୋକେ ବେଫିର ହୋଇଯାଉଛନ୍ତି । ତେବେ କରୋନା ଚେନ ଭାଙ୍ଗିବା ଲାଗି ପ୍ରୟାସ ଜାରି ରହିଛି । ଗତକାଲି ଟୁଇନସିଟି ପୋଲିସ କମିଶନର ରଜ ଲାଗି ସଜାଗ କରାଇଛନ୍ତି । ଯେଉଁ ଦୋକାନୀମାନେ କୋଭିଡ ନିୟମ ଉଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ଆଜି ଝାରପଡ଼ା ଅଞ୍ଚଳରେ ମଧ୍ୟ ଏକ ଶାଢ଼ୀ ସୋରୁମକୁ ସିଲ କରିଛି ବିଏମସି ।

Share

Leave a Reply

Your email address will not be published. Required fields are marked *

14 + 14 =