ରାଜ୍ୟରେ ନାହିଁ ବନ୍ୟା ଆଶଙ୍କା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷିଛି । ଚାରିଆଡେ଼ ଖାଲି ପାଣି ପାଣି । ଅଧିକାଂଶ ସ୍ଥାନରେ ଲୋକେ ପାଣି ଘେରରେ ଫସି ରହିଛନ୍ତି । ଏହାରି ଭିତରେ ରାଜ୍ୟବାସୀଙ୍କୁ ବୁଧବାର ଆଶ୍ୱସ୍ତିକର ସୂଚନା ଦେଇଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ। ସେ କହିଛନ୍ତି, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ହୋଇନାହିଁ। ତେଣୁ ବନ୍ୟା ଆଶଙ୍କା ନାହିଁ । ଯେଉଁ ସବୁ ନଦୀରେ ଜଳପତ୍ତନ ଅଧିକ ଥିଲା, ସେସବୁ ନଦୀରେ ସକାଳୁ ଜଳପତ୍ତନ ସ୍ଥିର ହୋଇ ହ୍ରାସ ପାଉଛି । ବନ୍ୟା ଆଶଙ୍କାରେ କଲବଲ ହେଉଥିବା ରାଜ୍ୟବାସୀଙ୍କୁ ସେ ଏପରି ଖୁସି ଖବର ଦେଇଛନ୍ତି।

ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଥିଲେ ମଧ୍ୟ ଜଳପତ୍ତନ ହ୍ରାସ ପାଇବା ଆରମ୍ଭ କରିଛି । ସେହିପରି ବ୍ରାହ୍ମଣୀ ନଦୀରେ ମଧ୍ୟ ଜଳସ୍ତର କମିବା ଆରମ୍ଭ କରିଛି । ତା’ ଛଡ଼ା ଉପର ମୁଣ୍ଡରେ ଆଉ ବର୍ଷା ହେଉ ନ ଥିବାରୁ ବନ୍ୟା ଆଶଙ୍କା ନାହିଁ । ତେବେ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି ଓ ନିଷ୍କାସନ ସମସ୍ୟା ଥିବାରୁ କିଛି ଅଞ୍ଚଳ ଜଳମଗ୍ନ ହୋଇ ରହିଛି । ରାଜ୍ୟର କୌଣସି ସ୍ଥାନରେ ନଦୀବନ୍ଧ ଭାଙ୍ଗିବା ଭଳି ସ୍ଥିତି ଉପୁଜି ନ ଥିବା ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve − 5 =