ମଞ୍ଚେଶ୍ୱର ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍ କରାଯାଇଛି । କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସିଲ କରିଛି ବିଏମସି । ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛି ମହାନଗର ନିଗମ । ଗତକାଲି ସୁଦ୍ଧା ହସ୍ପିଟାଲରୁ ୨୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ କରୋନା ସତର୍କତା ଦୃଷ୍ଟିରୁ ରାଜ୍ୟ ସରକାର ବହୁ ପଦକ୍ଷେପ ନେବା ସହ ବହୁ ନିୟମ ଜାରି କରିଥିଲେ । ଏହାସହ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା ।ଯାହାଫଳରେ ନିୟମ ଉଲ୍ଲଙ୍ଘନ କରିବାରୁ ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

nineteen − eleven =