ନିହାରୀକା ମୃତ୍ୟୁ ନେଇ ପୋଲିସ ମୁଖ୍ୟାଳୟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ

କଟକ() ନର୍ସ ନିହାରୀକା ପାତ୍ର ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି । କଟକରେ ନିହାରୀକାଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ପୁଲିସ ଡିଜି । ଅଖାରେ ଭର୍ତ୍ତି କରି ମୃତଦେହ ବାଇକ୍ରେ ନେବାର ଦୃଶ୍ୟ କଏଦ ଅଛି। ନିହାରୀକା ମୃତ୍ୟୁ ନେଇ ପୋଲିସ ମୁଖ୍ୟାଳୟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି।

ଗତ ୮ ତାରିଖରୁ ନିହାରୀକା ନିଖୋଜ ଥିଲା । ଏନେଇ ପରିବାର ଲୋକ କଟକ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଗତ ୧୭ ତାରିଖରେ ଜଗତସିଂହପୁର ବିଲୁଆଖାଇ ନଦୀ ପଠାରୁ ମିଳିଥିଲା ନିହାରୀକାଙ୍କ ମୃତଦେହ । ପୁଲିସ ହତ୍ୟାକାଣ୍ଡ ନେଇ ଛାନଭିନ କରିବା ପରେ ରାଜାର ହତ୍ୟା ପଛରେ ହାତ ଥିବା ସନ୍ଦେହ କରି ଖୋଳତାଡ କରିଥିଲେ । ରାଜା ଫେରାର ଥିବା ବେଳେ ତାଙ୍କ ବାପା, ଭାଇ ଓ ୪ ଜଣଙ୍କୁ ଅଟକ ରଖିଥିଲା ପୁଲିସ । ଏହା ପରେ ଗତକାଲି ବିରିଡି ଥାନାରେ ପହଚିଂଥିଲା ରାଜା ।

ରାଜା ହିଁ ନିରାହୀକାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ପୁଲିସ୍ ପକ୍ଷରୁ ଏପର୍ୟ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଅପରାହ୍ନରେ ଏନେଇ ଜଗତସିଂହପୁର ଏସପି ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇପାରନ୍ତି ବୋଲି ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

18 + seventeen =