ପୁରୀରେ ବିଶ୍ବର ସର୍ବବୃହତ ବେଳାଭୂମୀ ସଫେଇ ଅଭିଯାନ

ପୁରୀ () ‘ଇଣ୍ଟରନ୍ୟାସନାଲ କୋଷ୍ଟାଲ କ୍ଲିନ୍ ଡ଼େ’ ଅବସରରେ ଶନିବାର ପୁରୀରେ ବିଶ୍ବର ସର୍ବବୃହତ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପୁରୀ ସମୁଦ୍ର ଉପକୂଳରେ ଆଜି ସକାଳ 6ଟାରୁ ଆରମ୍ଭ ହୋଇଥିଲା ‘ମୋ ବିଚ୍’ କାର୍ଯ୍ୟକ୍ରମ । ଏଥିରେ ୧5୦ କିଲୋମିଟର ପର୍ଯ୍ୟନ୍ତ ବେଳାଭୂମିର ୧୯ଟି ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ହୋଇଥଲା । ପୁରୀରୁ ଚନ୍ଦ୍ରଭାଗା, ଅସ୍ତରଙ୍ଗ, ବ୍ରହ୍ମଗିରି ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ ସଫେଇ କରାଯାଇଛି ।

ପ୍ରାୟ 10ହଜାର ଲୋକ ଓ ସ୍ବେଚ୍ଛାସେବୀଙ୍କ ସହୟତାରେ ଆରମ୍ଭ ହୋଇଥିବା ଏହି ସଫେଇ କାର୍ଯ୍ୟକ୍ରମରେ 100ଟି ଟିମ ଭାଗ ନେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ କରି ଏହି ସଫେଇ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତଙ୍କୁ ଅଭନନ୍ଦନ ଜଣାଇଛନ୍ତି । ଏଥିସହିତ ଏକ ସୁସ୍ଥ ପରିବେଶ ଓ ସୁରକ୍ଷିତ ବିଶ୍ବ ଗଠନ ପାଇଁ ସମସ୍ତେ ଶପଥ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ଏହି ଅବସରରେ ବେଳାଭୂମିରେ ମାଗଣାରେ ଯୋଗ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା। ବେଳାଭୂମିକୁ ପ୍ରଦୂଷଣରୁ ରକ୍ଷା କରିବା, ପ୍ଲାଷ୍ଟିକର ବ୍ୟବହାରକୁ ସଂପୂର୍ଣ୍ଣ ବନ୍ଦ କରିବା ଏବଂ ବେଳାଭୂମିକୁ ସଂପୂର୍ଣ୍ଣ ସ୍ବଚ୍ଛ ରଖିବା ଆଜି ଦିନର ଉଦ୍ଦେଶ୍ୟ ଥିଲା । ପୁରୀ ମୁନିସିପାଲଟିର 10ଟି, କୋଣାର୍କ ଏନଏସି ଅଂଚଳର 10ଟି ଏବଂ କୃଷ୍ଣପ୍ରସାଦ, ଅସ୍ତରଙ୍ଗ, ଗୋପ ବ୍ରହ୍ମଗିରିର 80ଟି ସ୍ଥାନରେ ଏହି ସଫେଇ କାର୍ଯ୍ୟ ହୋଇଥିଲା । ପୁରୀ ଓ କୋଣାର୍କର ସଫେଇ କାର୍ଯ୍ୟରେ ଜିଲ୍ଲା ପ୍ରଶାସନ 10 ଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରିଥିଲା ବେଳେ କୃଷ୍ଣପ୍ରସାଦ, ଅସ୍ତରଙ୍ଗ, ଗୋପ ଏବଂ କୋଣାର୍କର ଗୋଷ୍ଠି ଉନ୍ନୟନ ଅଧିକାରୀମାନେ ନିଜ ନିଜ ଅଂଚଳରେ ସଫେଇ କାର୍ଯ୍ୟର ତଦାରଖ କରିଥିଲେ ।

ଶନିବାର ସକାଳ ୬ଟା ରୁ ୭ଟା ଏକଘଣ୍ଟା ଧରି ସଫେଇ କରାଯାଇଛି । ପୁରୀ ବେଳାଭୂମିର ସଫେଇ କାର୍ଯ୍ୟ ସହିତ ବ୍ଲୁ ଫ୍ଲାଗ୍ ବିଚ୍, ବାଙ୍କି ମୁହାଣର ଉନ୍ନତି କରଣ, ବେଳାଭୂମିରେ ଭେଣ୍ଡିଂ ଜୋନ୍ ଉପରେ ବିଭିନ୍ନ କାର୍ଯ୍ୟାକ୍ରମ କରିବାକୁ ଯୋଜନା କରିଛି ଜିଲ୍ଲା ପ୍ରଶାସନ। ବିଚକୁ ସଫା ରଖିବାକୁ ସାଧାରଣରେ ସଚେତନତା ସୃଷ୍ଟି କରିବାକୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଏହି ଅଭିଯାନରେ ସ୍କୁଲ, କଲେଜ ଛାତ୍ର ଛାତ୍ରୀ, ଏନସିସି, ସ୍କାଉଟ ଏବଂ ଗାଇଡ଼, ଲାଇଫଗାର୍ଡ଼, ଫଟୋଗ୍ରାଫର, ଅଭିନେତା, ଅଭିନେତ୍ରୀ, ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଆଦି ସାମିଲ ହୋଇଥିଲେ । ଏହି ଅଭିଯାନର ନେତୃତ୍ବ ନେଉଥିବା ପୁରୀ ଜିଲ୍ଲାପାଳ କହିଛନ୍ତି ଯେ, ସକାଳ 6ଟାରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ହଜାର ହଜାର ସ୍ବେଚ୍ଛାସେବୀ ଯୋଗ ଦେଇ ବାଲିରେ ଦସ୍ତଖତ କ୍ୟାମ୍ପ କରିଥିଲେ । ଏଥିରେ ସମସ୍ତେ ବେଳାଭୂମୀର ସ୍ବଚ୍ଛତା ଏବଂ ପ୍ଲଷ୍ଟିକ ମୁକ୍ତ ରଖିବାକୁ ଶପଥ ନେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven + 20 =