ନ୍ୟୁଯବାନ ୟୁନିୟନ ତରଫରୁ ପତାକା ଉତ୍ତୋଳନ ଓ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ

କେନ୍ଦ୍ରାପଡା ନ୍ୟୁଯବାନ ୟୁନିୟନ ତରଫରୁ ସରକାରଙ୍କ ନୀତିନିୟମକୁ ସମ୍ମାନ ଜଣାଇ covid 19ର ନିୟମକୁ ମାନି ଅଳ୍ପ ସକ୍ଷଙ୍କ ମଧ୍ୟରେ ସୀମିତ ରହି ସାମାଜିକ ଦୂରତାକୁ ମାନି ମାସ୍କ ପିନ୍ଧି ଚୌସ୍ତରି ତମ ସ୍ୱାଧୀନତା ଦିବସ ପାଳନ କରାଗଲା ଓ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ!!

ଏହି ଅବସରରେ ସଭାପତି ମହମ୍ମଦ ଆମିର ପତାକା ଉତୋଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେପକାଇଥିଲେ । କରୋନା ସଙ୍କଟ ସମୟରେ ରାଜ୍ୟବାସୀ ନିଜର ଧୈର୍ଯ୍ୟ ପ୍ରଦର୍ଶନ କରିଥିବାରୁ ରାଜ୍ୟବାସୀଙ୍କୁ ସାଧୁବାଦ ଦେବା ସହ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୈ।ଲାନା ମହମଦ ଫସିଓ୍ବାଲାହା କ୍ବାସମି ଯୋଗ ଦେଇଥିଲେ କାର୍ଯ୍ୟକରି ସଭାପତି ଅବରାର ହସରତ ଖାନ, ଏସକେ ଏହେସାନ ଉପ ସଭାପତି ପଦ୍ମନାଭ ସାହୁ ସାଧାରଣ ସମ୍ପାଦକ ଏସକେ ଉମରାନ, ରମେଶ ଚନ୍ଦ୍ର ମହାନ୍ତି, ମଧୁସୂଦନ ମହାପାତ୍ର ଓ ରାମଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

 

Share

Leave a Reply

Your email address will not be published. Required fields are marked *

seven + 14 =