ଧାନ ରୋଇଲେ ବିଧାୟକ

ଅନୁଗୁଳ() ଥରେ ମନ୍ତ୍ରୀ କିମ୍ବା ବିଧାୟକ ହେଲେ ନେତାମାନେ ତାଙ୍କ ସାତ ପୁରୁଷ ପାଇଁ ସମ୍ପତି ଠୁଳ କରନ୍ତି । ଆଉ ଶୀତତାପ ନିୟନ୍ତ୍ରୀତ କୋଠରୀ ଓ ସୌଖୀନ ଗାଡିରୁ ସେମାନେ ପଦାକୁ ବାହାରନ୍ତି ନାହିଁ ବୋଲି ସାଧାରଣରେ ଏକ ଧାରଣା ରହିଆସିଛି । କିନ୍ତୁ ନବୀନ ପଟ୍ଟନାୟକଙ୍କ ଦଳରେ ଏଥର ଏଭଳି ଜଣେ ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି ଯିଏ କି ଏ ସବୁ ଠାରୁ ବହୁ ଦୂରରେ । ସେ ଜଣେ ନିଆରା ପ୍ରକୃତିର ବିଧାୟକ । ସେ ହେଉଛନ୍ତି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ରମେଶ ଚନ୍ଦ୍ର ସାଏ । ସେ ବିଧାୟକ ଭାବେ ନିର୍ବାଚିତ ହେବା ପରେ ରାଜଧାନୀ ଭୁବନେଶ୍ୱରର ଚାକଚକ୍ୟ ପରିବେଶ ଶୀତତାପ ନିୟନ୍ତ୍ରୀତ କୋଠରୀ ର ଓ ସୌଖୀନ ଗାଡିର ଆକର୍ଷଣକୁ ଏଡାଇ ବର୍ତ୍ତମାନ ଗାଁରେ ରହିଛନ୍ତି । ବର୍ତ୍ତମାନ ଚାଷବାସ ସମୟ ହୋଇଥିବାରୁ ସେ ଚାଷକୁ ଭୁଲିନାହିଁନ୍ତି କିମ୍ବା ଟ୍ରାକ୍ଟର ଚଳାଇ ଜମି ହଳ କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନିଜେ ବିଧାୟକ ଜମି ହଳ କରିବା ସହିତ କାଦୁଅ ପଚପଚ ଜମିରେ ଧାନ ରୋଉଥିବା ଓ ନିଜେ ଜାଲ ପକାଇ ମାଛ ଧରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଶ୍ରୀ ସାଏଙ୍କ କହିବା ଅନୁଯାଇ ଜଣେ ବିଧାୟକ ହେଲେ ଯେ ଏସବୁ କାମ କରିବ ନାହିଁ ଏମିତି କୌଣସି ନିୟମ ନାହିଁ । ତା ବ୍ୟତୀତ ଜମିବାଡିରେ ଧାନ କରିବା ଠାରୁ ଆରମ୍ଭ କରି ମାଛ ଚାଷ କରିବା ପର୍ଯ୍ୟନ୍ତ ସମସ୍ତ କାମକୁ ସେ ଭଲପାଆନ୍ତି । ଏଥିରେ ତାଙ୍କୁ ବହୁତ ଆନନ୍ଦ ମିଳେ ।

Share

Leave a Reply

Your email address will not be published. Required fields are marked *

4 × 2 =