ବିଦେଶରେ ନବୀନଙ୍କ ପ୍ରଶଂସା କଲେ ମୋଦି

ଭୁବନେଶ୍ବର()   ଜାପାନରେ ଓଡ଼ିଶା ସରକାର ନବୀନ ପଟ୍ଟନାୟକଙ୍କ କାର୍ୟ୍ୟକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୨୦ ସମ୍ମିଳନୀ ପାଇଁ ଜାପାନ ଗସ୍ତରେ ଥିବା ମୋଦି ଜାପାନରେ ବସବାସ କରୁଥିବା ଭାରତୀୟଙ୍କ ସହିତ ଆଲୋଚନା କରିଥିଲେ । ଆଉ ସେଠାରେ ଓଡ଼ିଶା ସରକାରଙ୍କ ସଫଳ ବିପର୍ୟ୍ୟୟ ମୁକାବିଲା ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।

ମୋଦି କହିଛନ୍ତି, ନବୀନଙ୍କ ଉପଯୁକ୍ତ ପଦକ୍ଷେପ ଯୋଗୁଁ ବାତ୍ୟା କ୍ଷୟକ୍ଷତିକୁ ରୋକା ଯାଇ ପାରିଲା । ଉପକୂଳ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରିବା ଦିଗରେ ଓଡ଼ିଶା ସରକାରଙ୍କ କାର୍ୟ୍ୟ ପ୍ରଶଂସନୀୟ ।

ବାତ୍ୟା ପୂର୍ବରୁ ସତର୍କ ହୋଇ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବା କିଛି ଛୋଟ କଥା ନୁହେଁ । କାରଣ ବାତ୍ୟା ଖବର ପାଇବା ପରେ କୌଣସି ବି ଲୋକ ସହଜରେ ତାଙ୍କ ବାସଗୃହ ଛାଡ଼ି ଯିବାକୁ ମନ ବଳାଏ ନାହିଁ । ହେଲେ ଏଭଳି ସ୍ଥଳେ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀମାନେ ଐତିହାସିକ ସ୍ଥାନାନ୍ତରଣ ପ୍ରକ୍ରିୟା କରିଥିବାରୁ ଏତେ ଲୋକଙ୍କ ଜୀବନ ସୁରକ୍ଷିତ ରହିଛି । ବାତ୍ୟାରେ କ୍ଷତିଗ୍ରସ୍ତ ଓଡ଼ିଶାକୁ ଆକାଶ ମାର୍ଗରେ ପ୍ରଧାନମନ୍ତ୍ରୀ ସର୍ବେକ୍ଷଣ କରିଥିବା ସୂଚନା ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

6 + 3 =