ସାବାସ୍ ଜିଲ୍ଲାପାଳ

ପୁରୀ () ପୁରୀ ଜିଲ୍ଲାପାଳ ବଲଓନ୍ତ ସିଂହ ଏବେ ସବୁ ଆଡେ ଚର୍ଚ୍ଚାରେ । ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ଦିନରୁ ସେ ବେଳାଭୂମୀର ସଫେଇକୁ ସର୍ବାଧିକ ଗରୁତ୍ୱ ଦେଉଛନ୍ତି । ଯେଉଁଥିପାଇଁ ସେ ଆରମ୍ଭ କରିଛନ୍ତି ମୋ ବେଳଭୂମୀ ଅଭିଯାନ । ଏହି ଅଭିଯାନରେ ସେ ନିଜେ ବେଳାଭୂମୀର ସଫେଇ କରୁଛନ୍ତି । ଏପରିକି ଆଜି ନିଜେ ବେଳାଭୂମୀରେ ପଡିଥିବା ଏକ ପୁରୁଣା ଶୁଖିଲା ଗଛକୁ କିଛି ଲୋକଙ୍କ ସହାୟତାରେ ଉଠାଉଥିବା ଦେଖିବାକୁ ମିଳିଛି ।

ପୁରୀକୁ ଆସୁଥିବା ସବୁ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ହେଉଛି ବେଳାଭୂମୀ । ବେଳାଭୂମୀର ଜଳରାଶି ଓ ସୌନ୍ଦର୍ଯ୍ୟ ପାଇଁ ଏହା ଦେଶର ଅନ୍ୟତମ ଆକର୍ଷଣୀୟ ବେଳାଭୂମୀ । ଯେଉଁଥିପାଇଁ ଏହାକୁ ନିକଟରେ ବ୍ଲୁ ଫ୍ଲାଗ ମାନ୍ୟତା ମିଳିଛି । ତେଣୁ ପୁରୀକୁ ଆସୁଥିବା ପର୍ଯ୍ୟଟକମାନେ ଯେଭଳି ଭଲ ମାନସିକତାରେ ଫେରିବେ ସେଥିପାଇଁ ପ୍ରୟାସ ଚାଲିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାଧାରଣତଃ ପ୍ରଶାସନିକ ଅଧିକାରୀମାନେ କର୍ମଚାରୀ ବା ସ୍ୱେଚ୍ଛାସେବୀ କି ବିଭିନ୍ନ ସଂସ୍ଥା ଜରିଆରେ କାମ କରିଥାନ୍ତି । ନିଜେ ସଫେଇ କାମରେ ସାମିଲ ହେବା ଏବଂ ଦୈନିକ ବେଳାଭୂମୀ ବୁଲି ସଫେଇର ତଦାରଖ କରିବାର ନଜିର କମ । ଲୋକଙ୍କ ନିକଟତର ହେବାକୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଏହି ଯୁବ ଆଇଏଏସ ଅଫିସର । ତାଙ୍କର ଏଭଳି କାର୍ଯ୍ୟକୁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି ।

Share

Leave a Reply

Your email address will not be published. Required fields are marked *

two + 11 =