ଦେଖନ୍ତୁ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ କେମିତି ଦିଆଗଲା ଉଚ୍ଛ୍ବସିତ ଅଭିନନ୍ଦନ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଥିବା ଭଲ ପାଇବା ଓ ସମ୍ମାନ ଆଜି ନୂଆ ବର୍ଷର ପ୍ରଥମ ଦିନରୁ ହିଁ ଜଣାପଡିଛି । ଆଣ୍ଠୁରେ ସମସ୍ୟା ଯୋଗୁଁ ମୁଖ୍ୟମନ୍ତ୍ରୀ ନୂଆବର୍ଷରେ ତାଙ୍କ ବାସଭବନକୁ ସକାଳେ କେହି ନଆସିବାକୁ ଅନୁରୋଧ କରିଥିଲେ । ତେବେ ସନ୍ଧ୍ୟାରେ ସଚିବାଳୟରେ ତାଙ୍କୁ ସ୍ବାଗତ କରିବାକୁ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା ।

ଅପରାହ୍ନ 5ଟା 25ରେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ପହଁଚିବେ । ସେହି ଅନୁଯାୟୀ 4ଟାରୁ ସଚିବାଳୟ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟ ପୋର୍ଟିକୋ ନିକଟରେ ଅପେକ୍ଷା କରିଥିଲେ । ଫୁଲ ତୋଡା ସହ ଶହ ଶହ କର୍ମଚାରୀ ସଚିବାଳୟର ତଳ ମହଲାରେ ମୁଖ୍ୟମନ୍ତ୍ରୀଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଥିଲେ । କେବଳ ତଳ ମହଲା ନୁହେଁ, ତିନି ମହଲା ପର୍ଯ୍ୟନ୍ତ ସଚିବାଳୟର ଶିଢିରେ ମଧ୍ୟ ସବୁ ଶ୍ରେଣୀର କର୍ମଚାରୀମାନେ ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଫୁଲ ତୋଡାଟେ ଦେଇ ନୂଆ ବର୍ଷର ଅଭିନନ୍ଦନ ଜଣାଇବାକୁ ।

ମୁଖ୍ୟମନ୍ତ୍ରୀ ପହଁଚିବାର ସାଇରନ ବାଜିବା ମାତ୍ରେ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନୀରେ ସଚିବାଳୟ କମ୍ପିଥିଲା । ମୁଖ୍ୟମନ୍ତ୍ରୀ ସେମାନଙ୍କ ଠାରୁ ଶୁଭେଚ୍ଛା ଗ୍ରହଣ କରିବା ପରେ ନିଜ କାର୍ଯ୍ୟାଳୟକୁ ସମସ୍ତଙ୍କ ପାଇଁ ଶାହାଣ ମେଲା କରିଦେଇଥିଲେ । ମନ୍ତ୍ରୀ, ସଚିବ, ବିଧାୟକ, ବିଭିନ୍ନ ନିଗମର ଅଧ୍ୟକ୍ଷ, ସଚିବାଳୟର ବିଭିନ୍ନ କର୍ମଚାରୀ ସଂଘ, ଡ୍ରାଇଭର ସଙ୍ଘ, ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ଏମିତି ସବୁ ବର୍ଗର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନୂଆ ବର୍ଷର ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଥିଲେ ।

ସେପଟେ ଆଣ୍ଠୁରେ ସମସ୍ୟା ଥିବାରୁ ମୁଖ୍ୟମନ୍ତ୍ରୀ ପୁରୀ ଶ୍ରୀମନ୍ଦିର ଦର୍ଶନରେ ଯାଇ 22 ପାହାଚ ଚଢିପାରିନଥିଲେ । କିନ୍ତୁ ଜଗମୋହନ ନିକଟରୁ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ରାଜ୍ୟ ଓ ରାଜ୍ୟବାସୀଙ୍କୁ ଶୁଭକାମନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

19 + nineteen =