ନବୀନଙ୍କ ବ୍ୟକ୍ତିତ୍ବ କରିଛି ପାଗଳ, ଜାଣନ୍ତୁ କାହାକୁ ଓ କେମିତି …

ଭୁବନେଶ୍ବର () ବିରୋଧୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବାରମ୍ବାର ବିଷୋଦଗାର କରୁଛନ୍ତି । କିନ୍ତୁ ନବୀନଙ୍କ ନେତୃତ୍ବରେ ବିଜେଡି ସରକାରର ବିଭିନ୍ନ କାର୍ଯ୍ୟକ୍ରମ ଲୋକଙ୍କୁ ଏତେମାତ୍ରରେ ପ୍ରଭାବିତ କରୁଛି ଯେ, ସେମାନେ ସାଜି ଯାଉଛନ୍ତି ନବୀନ ପ୍ରେମୀ । ଏମିତି ଜଣେ ନବୀନ ପ୍ରେମୀ ହେଉଛନ୍ତି ବରଗଡ ଜିଲ୍ଲା ଭେଡେନ ବ୍ଲକର ଖଗେଶ୍ବର । ମୁଖ୍ୟମନ୍ତ୍ରୀଙ୍କ କାମରେ ଆକର୍ଷିତ ହୋଇ ସେ ବିଜେଡି ଓ ନବୀନଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଦେଇଛନ୍ତି । ଏକମାତ୍ର ଇଚ୍ଛା ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ସେଲଫି ।

ନବୀନଙ୍କ ପ୍ରେମରେ ଏମିତି ଆନମନା ହୋଇଛନ୍ତି ଖଗେଶ୍ବର ଯେ, ସେ ଭୁବନେଶ୍ବର ହେଉ କି ଝାରସୁଗୁଡା ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଲା ସେଇଠି ପହଁଚିଯାଉଛନ୍ତି । ଦେଶରେ ବିଜେଡି ପତାକା, ମୁଣ୍ଡରେ ଶଙ୍ଖ ଚିହ୍ନ ଓ ହାତରେ ବିଜେଡି ବାନା । ଖଗେଶ୍ବରଙ୍କୁ ଦେଖିଲେ ଲାଗିବ କିଏ ଜଣେ ପାଗଳ ବୁଲୁଛନ୍ତି । କିନ୍ତୁ ସେ ଜଣେ ଶିକ୍ଷିତ ଯୁବକ । ନବୀନଙ୍କ କାର୍ଯ୍ୟକ୍ରମ ଓ ତାଙ୍କ ବ୍ୟକ୍ତିତ୍ବରେ ପ୍ରଭାବିତ ହୋଇ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ଉଠାଇବାର ନିଶା ଘାରିଛି । ସେଥିପାଇଁ ସେ ବାହା ମଧ୍ୟ ହେଉନାହାଁନ୍ତି ।

34 ବର୍ଷିୟ ଖଗେଶ୍ବର ନବୀନଙ୍କ ସବୁ ଭଲ କାମ, କାର୍ଯ୍ୟକ୍ରମ ଓ ବ୍ୟକ୍ତିତ୍ବକୁ ନେଇ ଲେଖିଛନ୍ତି ନବୀନ ଚାଳିଶା | କଟକ, ଭୁବନେଶ୍ବର, ବରଗଡ, ଝାରସୁଗୁଡା ସବୁଠି ବୁଲି ବୁଲି ଏହି ନବୀନ ଚାଲିଶା ଗାଉଛନ୍ତି । ଏକ ଘରୋଇ ଡାକ୍ତରଖାନାରେ ସେଲ୍ସ ମ୍ୟାନ ଭାବେ କାମ କରୁଥିଲେ । ବାହାଘର ମଧ୍ୟ ଠିକ ହୋଇଥିଲା । ନିଜେ କୌଣସି ଯୋଜନାର ସୁଫଳ ପାଇନଥିଲେ ମଧ୍ୟ ଗାଁର ଲୋକେ ବିଭିନ୍ନ ଯୋଜନାରେ ଉପକୃତ ହେଉଥିବା ଦେଖି ପ୍ରଭାବିତ ସେ ହୋଇଥିଲେ | ତେଣୁ ନବୀନଙ୍କ ସହ ସେଲଫି ନନେବା ଯାଏଁ ବାହା ହେବେନି ବୋଲି ବାପାଙ୍କୁ ସ୍ପଷ୍ଟ ମନା କରିଦେଇଛନ୍ତି । ନବୀନଙ୍କ ସହ ସେଲଫି ନିଶାରେ ସେ ଦୁଇ ମାସ ହେଲା ବିଭିନ୍ନ ଅଞ୍ଚଳ ବୁଲୁଛନ୍ତି ।

ଯେଉଁଠି ନବୀନଙ୍କ ସଭା ହେଉଛି ସେଠାରେ ଯାଇ ପହଁଚୁଛନ୍ତି ଖଗେଶ୍ବର । କଡା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇପାରୁନାହାଁନ୍ତି| ୨ ମାସ ତଳେ ସେ ଚାକିରୀ ଛାଡିଦେଲେ | ନବୀନଙ୍କୁ ଆକର୍ଷିତ କରିବା ପାଇଁ ବିଜେଡି ପତାକାକୁ ନିଜ ଦେହରେ ଗୁଡେଇ ବୁଲିବାକୁ ଲାଗିଲେ |

Share

Leave a Reply

Your email address will not be published. Required fields are marked *

11 − 1 =