ବିଜେପୁର ପାଇଁ ନବୀନଙ୍କ ପ୍ରାର୍ଥୀପତ୍ର ଦାଖଲ

ବରଗଡ () ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦଳୀୟ ନେତା ଓ ସମର୍ଥକଙ୍କ ଉପସ୍ଥିତିରେ ସେ ପଦ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ନିଜର ଚାରି ସେଟ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏହାପୂର୍ବରୁ ହିଂଜିଳି ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ହିଂଜିଳିରୁ ମୁଖ୍ୟମନ୍ତ୍ରୀ କ୍ରମାଗତ 2000 ମସିହାରୁ 4 ଥର ନିର୍ବାଚନ ଜିତିଛନ୍ତି । ଏଥର ସେ ହିଂଜିଳି ସହ ପଶ୍ଚିମ ଓଡିଶାବାସୀଙ୍କ ଅନୁରୋଧକୁ ରକ୍ଷା କରି ହିଂଜିଳି ସହ ବିଜେପୁରର ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ।

ବିଜେପୁର ପାଇଁ ଭୋଟ ଗ୍ରହଣ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ହିଂଜିଳିରେ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହେବ । ଆଜି ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିଥିଲେ ।

Share

Leave a Reply

Your email address will not be published. Required fields are marked *

13 + 10 =