ନବୀନଙ୍କ ବିପକ୍ଷରେ ଲଢିବାକୁ ଧର୍ମେନ୍ଦ୍ରଙ୍କୁ ଚ୍ୟାଲେଂଜ

ଭୁବନେଶ୍ବର () ବିଜେପିର ବରଗଡ ଲୋକସଭା ଟିକେଟ ଆଶାୟୀ ସୁବାଷ ଚୌହାନ ଏବେ ଖୋଲାଖୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚ୍ୟାଲେଂଜ କରିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାର ବିଜେପୁର ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଜଣେ ବିତ୍ତଶାଳୀ ଏବଂ ଶକ୍ତିଶାଳୀ ନେତା ହୋଇଥିବାରୁ ସେ ବିଜେପୁରରୁ ନବୀନଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଚ୍ୟାଲେଂଜ କରିଛନ୍ତି ସୁବାଷ ।

ଫେସବୁକରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ସ୍ବର ଉତ୍ତୋଳନ କରି କହିଛନ୍ତି ଯେ, ସେ ଦୀର୍ଘ 30 ବର୍ଷ ଧରି ଜଣେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଚାରକ ଭାବେ ରାଷ୍ଟ୍ରର ସେବା କରୁଥିଲେ । ପରେ ବିଜେପିରେ ଯୋଗ ଦେଇ 2014ରେ ବରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ରାଜ୍ୟରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରତିଦ୍ବନ୍ଦ୍ବିତା କରିଥିବା ବିଜେପି ପ୍ରାର୍ଥୀମାନଙ୍କ ମଧ୍ୟରେ ସେ ସର୍ବାଧିକ 3ଲକ୍ଷ 72ହଜାର ଭୋଟ ପାଇଥିଲେ । ନିର୍ବାଚନ ହାରିଗଲା ପରେ ମଧ୍ୟ ସେ ନିଜ ନିର୍ବାଚନମଣ୍ଡଳୀରେ ଗତ 5 ବର୍ଷ ଧରି ସଂଗଠନ କରିବା ସହ ଲୋକସଙ୍କ ସୁଃଖ ଦୁଃଖର ସାଥୀ ହୋଇଥିଲେ ।

କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ତାଙ୍କ ଟିକେଟ କାଟିଦିଆଗଲା । ତାଙ୍କ ସମର୍ଥକଙ୍କୁ ଧମକ ଚମକ ଦିଆଗଲା । ହେଲେ ପାର୍ଟିର ଚାପର ବଶବର୍ତ୍ତି ହୋଇ ତାଙ୍କୁ ଦଳର ଉପସଭାପତି ଦାୟିତ୍ବ ଦିଆଗଲା ଏବଂ ବିଜେପୁରରୁ ପ୍ରାର୍ଥୀ ହେବାକୁ ନିର୍ଦ୍ଦେଶ ଦିଆଗଲା । କିନ୍ତୁ ସେ ତାଙ୍କ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବହୁଳ ପ୍ରଚାରିତ ହେଉଥିବା କେନ୍ଦ୍ରମନ୍ତ୍ରୀଙ୍କୁ ବିଜେପୁରରୁ ଲଢିବାକୁ ଅନୁରୋଧ କରିଥିଲେ । ଏଥିପାଇଁ ତାଙ୍କୁ ଅପମାନିତ କରାଯିବା ସହ ଧମକ ଦିଆଯାଇଛି ବୋଲି ସେ କହିଛନ୍ତି ।

ନିକଟରେ ସୁବାଷଙ୍କ ସମର୍ଥକମାନେ ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ କରିବା ସହ ତାଙ୍କୁ ଟିକେଟ ଦିଆଯାଇନଥିବାରୁ ପ୍ରତିବାଦ କରିଥିଲେ ।

Share

Leave a Reply

Your email address will not be published. Required fields are marked *

nineteen − ten =