ନନ୍ଦନକାନନ ଛାତ୍ରୀ ମୃତ୍ୟୁ ଘଟଣା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ଫାର୍ମ ହାଉସ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା । ଆସିଲା ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ । ପୋଖରୀରେ ବୁଡି ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି। ସେପଟେ ଡାଇଟମ୍ ଓ ଭିସେରା ଟେଷ୍ଟ ପାଇଁ ଷ୍ଟେଟ ଫରେନସିକ୍ ଲ୍ୟାବକୁ ପଠାଯିବ । ଡାଇଟମ୍ ଟେଷ୍ଟ ହେଲେ, ପୋଖରୀରେ ବୁଡି ଛାତ୍ରୀଙ୍କ ମୃତ୍ୟୁ ହୋଇଛି କି ଅନ୍ୟ କେଉଁଠି ହୋଇଛି ତାହା ଜଣାପଡିବ । ଏହାସହ ଭିସେରା ଟେଷ୍ଟରେ ଛାତ୍ରୀ ବିଷପାନ କରିଛନ୍ତି କି ନାହିଁ, ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସିପି ପ୍ରକାଶ ପାଲ୍।

Share

Leave a Reply

Your email address will not be published. Required fields are marked *

ten − nine =