ମାଥିଲି ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ ବାଣ୍ଟିଲେ ମନ୍ତ୍ରୀ ଅରୁଣ ସାହୁ

ମାଲକାନଗିରି: ସ୍ୱାସ୍ଥ୍ୟକ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ ବାଣ୍ଟିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଧାୟକ ଓ ମନ୍ତ୍ରୀମାନେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକର ଦାୟିତ୍ୱ ନେଇ ସ୍ମାର୍ଟକାର୍ଡ ବାଣ୍ଟୁଛନ୍ତି । ଏହି ଅବସରରେ ମାଥିଲି ବ୍ଲକ ଦାୟିତ୍ୱରେ ରହିଥିବା ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ମାଥିଲି ବ୍ଲକରେ ସ୍କାର୍ଟକାର୍ଡ ବାଣ୍ଟିଛନ୍ତି ।

ସେପଟେ ଅନ୍ୟମାନଙ୍କ ମଧ୍ୟରେ ଖଇରପୁଟ ବ୍ଲକରେ ବଣ୍ଡା ଜନଜାତିଙ୍କ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଲୋପମୁଦ୍ର ବକ୍ସିପାତ୍ର। ଅନୁରୂପ ଭାବେ କାଲିମେଳା ବ୍ଲକରେ ମନ୍ତ୍ରୀ ଜଗନ୍ନାଥ ସାରକା ଓ ସାଂସଦ ରମେଶ ମାଝି, ଚିତ୍ରକୋଣ୍ଡାରେ ତୁଷାରକାନ୍ତି ବେହେରା, , ପଡ଼ିଆରେ ନବ କିଶୋର ଦାସ, ମାଲକାନଗିରିରେ ପଦ୍ମନାଭ ଭେହେରା, କରୁକୋଣ୍ଡାରେ ପଦ୍ମିନୀ ଦିଆନ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରିଛନ୍ତି। ଜିଲ୍ଲାରେ ୧ ଲକ୍ଷ ୫୫ ହଜାର ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Share

Leave a Reply

Your email address will not be published. Required fields are marked *

1 × one =