ହର୍ସବର୍ଦ୍ଧନଙ୍କୁ ଚିଠି ଲେଖିଲେ ନବ

ଭୁବନେଶ୍ୱର: ସରକାରୀ ଓ ଘରୋଇ ହସ୍ପିଟାଲ ଟିକା ଅନୁପାତ ପରିବର୍ତନ ପାଇଁ ଦାବି କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଦାବି କରିଛନ୍ତି ମନ୍ତ୍ରୀ ନବ ଦାସ । କେନ୍ଦ୍ର ସରକାର ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଟିକା ଦେବାକୁ କହିଛନ୍ତି । ରାଜ୍ୟରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍ । ସ୍ୱାସ୍ଥ୍ୟ କ୍ଷେତ୍ରରେ ମାତ୍ର ୫ ପ୍ରତିଶତ । ତେଣୁ ଟିକା ଅନୁପାତକୁ ୯୫:୫ କରି ରାଜ୍ୟକୁ ୯୫ ପ୍ରତିଶତ ଟିକା ଦିଆଯାଉ ବୋଲି ସେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ , ରାଜ୍ୟରେ କରୋନା ସଂକ୍ରମଣ ବର୍ତ୍ତମାନ ଦୋଛକିରେ ପହଞ୍ଚିଛି । ଗୋଟିଏ ଦିନ ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ସଂକ୍ରମଣ ବଢ଼ୁଥିବାର ଦେଖାଯାଉଛି । କିଛି ଜିଲ୍ଲାରେ ଏବେ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଆଗକୁ ତୃତୀୟ ଲହର ଆସିବାକୁ ନେଇ ରାଜ୍ୟବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି । ପୁଣି ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହା ମଧ୍ୟରେ ଆଜି ପୁଣି ୩୫୫୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୦୨୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୨୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୭ ହଜାର ୬୨ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୬୦ ହଜାର ୧୪୨ ରହିଥିବା ବେଳେ ୩୩ ହଜାର ୧୫୬ ଜଣ ଚିକିତ୍ସିତ ହେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve − 4 =