ଚିରାଗ ପାଶୱାନ ନିଜ ଦୁଃଖ ଗଣମାଧ୍ୟମ ସମ୍ମୁଖରେ ବଖାଣିଲେ

ପାଟନା: ଏଲଜେପି ଦୁଇ ଭାଗରେ ବିଭକ୍ତ ହେବା ପରେ ଚିରାଗ ପାଶୱାନ ଓ ତାଙ୍କ ମାମୁଁ ପଶୁପତି କୁମାର ପରାଶଙ୍କ ମଧ୍ୟରେ ଲାଗି ରହିଛି ଶୀତଳ ଯୁଦ୍ଧ । ଉଭୟ ଉଭୟଙ୍କ ବିରୋଧରେ ବିଷ ଓଗାଳୁଛନ୍ତି । ବିଶ୍ୱାସ ଘାତକତା କରିଥିବା କଥା କହି ଉଭୟ ଉଭୟଙ୍କୁ ଟାର୍ଗେଟ କରୁଛନ୍ତି । ଆଜି ଗଣମାଧ୍ୟମ ସମ୍ମୁଖରେ ନିଜର ଦୁଃଖ ପ୍ରକାଶ କରିଛନ୍ତି ଚିରଗ । ସେ କହିଛନ୍ତିି କି, ମୁଁ ସବୁବେଳେ ବିଜେପି ସହ ଥିଲି । ପ୍ରଧାନମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକୁ ସମର୍ଥନ କରୁଥିଲା । ମାତ୍ର ନୀତିଶ କୁମାର ସବୁବେଳେ ଏହାକୁ ବିରୋଧ କରୁଥିଲେ । ବିଜେପି ସହ ସବୁ ସମୟରେ ରହୁଥିବା ବେଳେ ମୋ ଅସମୟରେ ବିଜେପି ନେତା ଚୁପ ବସିବା ମୋତେ କଷ୍ଟ ଦେଉଛି ।

Share

Leave a Reply

Your email address will not be published. Required fields are marked *

13 + 13 =