ଅର୍ଜୁନ କପୁରଙ୍କ ଜନ୍ମଦିନରେ ଯୋଗ ଦେଲେନି ମଲାଇକା

ମୁମ୍ବାଇ: ବଲିଉଡ ଷ୍ଟାର ଅର୍ଜୁନ କପୁରଙ୍କ ଆଜି ହେଉଛି ଜନ୍ମଦିନ । ୩୬ ବର୍ଷରେ ପାଦ ଥାପିଛନ୍ତି ଅର୍ଜୁନ । ମୁମ୍ବାଇର କୋଲାବାସ୍ଥିତ ତାଜ ହୋଟେଲରେ ଜନ୍ମଦିନ ପାର୍ଟିି ପାଳୁଛନ୍ତି ଅର୍ଜୁନ । ଶନିବାର ରାତିରୁ ତାଙ୍କ ଜନ୍ମ ପାର୍ଟି ଆରମ୍ଭ ହୋଇଛି । ବହୁ ଷ୍ଟାର ତାଙ୍କ ଜନ୍ମଦିନରେ ଆସିଥିବା ବେଳେ ଗାର୍ଲଫ୍ରେଣ୍ଡ ମଲାଇକାଙ୍କ ଦର୍ଶନ ମିଳିନାହିଁ । ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି । ଅର୍ଜୁନଙ୍କ ଜନ୍ମଦିନରେ ଅଭିନେତା ରଣବିର କପୁର, ରଣଭିର ସିଂହ, ଆଲିଆ ଭଟ୍ଟ, ଜାନଭୀ କପୁର ଓ ବିଜୟା ଦେବରାକୁଣ୍ଡାଙ୍କ ଭଳି ଷ୍ଟାରମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।

ସୂଚନା ଥାଉକି, ବଲିଉଡର ଆଗ ଧାଡ଼ିର ଷ୍ଟାର ଅର୍ଜୁନ କପୁର ଓ ମଲାଇକାଙ୍କ ମଧ୍ୟରେ ଚାଲିଥିବା ଲଭ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ମଲାଇକା ପୂର୍ବରୁ ସଲମାନ ଖାନଙ୍କ ଭାଇ ଅରବାଜ ଖାନଙ୍କୁ ମଲାଇକା ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଇମ୍ରାନ ଓ ମଲାଇକାଙ୍କ ଡିଭର୍ସ ହୋଇସାରିଛି । ଏବେ ସେ ଅର୍ଜୁନ କପୁରଙ୍କୁ ଲଭ କରୁନ୍ତି । ଉଭୟ ଡେଟରେ ଥିବା ବେଳେ ଖବୁଶୀଘ୍ର ବିବାହ କରିବେ ବୋଲି ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

5 + thirteen =