ହେମାଙ୍କ ପୂର୍ବରୁ ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଧମେନ୍ଦ୍ର

ମୁମ୍ବାଇ: ବଲିଉଡ ଅଭିନେତା ଧମନ୍ଦ୍ରେ ୧୯୫୪ ମସିହାରେ ପ୍ରକାଶ କୈରଙ୍କୁ ବିବାହ କରିଥିଲେ । ପରେ କିନ୍ତୁ ହେମା ମାଳିନୀଙ୍କ ପ୍ରେମରେ ପଡ଼ି ତାଙ୍କୁ ମଧ୍ୟ ବିବାହ କରିଥିଲେ । ତେବେ ଏହା ପୂର୍ବରୁ ମଧ୍ୟ ୮୦ ଦଶକର ହିଟ୍ ହିରୋଇନ ଅନୀତାଙ୍କ ପ୍ରେମରେ ପଡ଼ିଥିଲେ ଧମେନ୍ଦ୍ର । ଉଭୟଙ୍କ ନାଁକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । ଇଣ୍ଡିଆଲ ଆଇଡରର ୧୨ତମ ସିଜିନରେ ଉଭୟଙ୍କ ଭେଟ ହେବା ପରେ ଏହି କଥା ଜଣା ପଡିଥିଲା । ଭାବବିହ୍ୱଳ ହୋଇ ସେମାନେ ନିଜର ପ୍ରେମ ସମ୍ପର୍କରେ କହିଛନ୍ତି ।

ସୁଟିଂ ସମୟରେ ଧମେନ୍ଦ୍ର ଅନିତାଙ୍କ ପ୍ରେମରେ ପଡ଼ିଯାଇଥିଲେ । ‘ସେୱକ ବିବି କା’ ଫିଲ୍ମରେ ଦେଖା ହୋଇଥିଲା ଉଭୟଙ୍କର । ଏହାପରେ ସେମାନେ ପ୍ରେମରେ ପଡ଼ିଥିଲେ । ଏପରିକି ଧମେନ୍ଦ୍ର ତାଙ୍କୁ ଗୋଲାପ ଦେଇ ପ୍ରପୋଜ କରିଥିଲେ । ପ୍ରେମକୁ ଗ୍ରହଣ କରିଥିଲେ ଅନିତା । ତେବେ ସେମାନଙ୍କ ପ୍ରେମ କୌଣସି ସିଦ୍ଧାନ୍ତରେ ପହଞ୍ଚି ନଥିଲା । ପରବର୍ତ୍ତୀ ମୂହୁର୍ତ୍ତରେ ହେମାଙ୍କୁ ବିବାହ କରିଥିଲେ ଧମନ୍ଦ୍ରେ । ଅନିତାଙ୍କ ସହ ପ୍ରେମ କଥା ଜାଣିବା ପରେ ତାଙ୍କଠାରୁ ଦୂରେଇ ରଖିଥିଲେ । ସେପଟେ ନିଜ ପ୍ରେମକୁ ଭୁଲି ନିର୍ଦ୍ଦେଶକ ସୁନୀଲ ହିଙ୍ଗୋରାନୀଙ୍କୁ ବିବାହ କରିଥିଲେ ଅନିତା । ଦୀର୍ଘବର୍ଷ ପରେ ରିଆଲିଟି େଓାରେ ଭେଟ ହେବା ପରେ ଉଭୟ ଭାବ ବିହ୍ୱଳ ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖି ଦର୍ଶକମାନେ ମଧ୍ୟ ତାଜୁବ ହୋଇଯାଇଥିଲେ ।

Share

Leave a Reply

Your email address will not be published. Required fields are marked *

seventeen − fourteen =