ଷ୍ଟାଡିୟମ୍ ରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଗୁଜବ !

ଆଇପିଏଲ୍ ମ୍ୟାଚ୍ ସମୟରେ ଷ୍ଟାଡିୟମ୍ ରେ ସମ୍ଭାବିତ ଆତଙ୍କବାଦୀ ଆକ୍ରମଣକୁ ନେଇ ଶୁକ୍ରବାର ଗୁ୍ଜବ ପ୍ରସାରିତ ହୋଇଥିଲା । ଏହି ଗୁଜବ କାରଣରୁ ମୁମ୍ବାଇ ଇଣ୍ଡିୟାନ୍ସ ମ୍ୟାଚ୍ ପାଇଁ ଟିକେଟ୍ ବୁକ୍ କରିଥିବା ଦର୍ଶକଙ୍କ ଉପରେ ଏହାର ପ୍ରଭାବ ପଡିଥିଲା । କିନ୍ତୁ ଏହା ଏବେ ଏକ ଗୁଜବ ବୋଲି ଜଣାପଡିଛି । ଏହି ମୁକାବିଲା ଅପରାହ୍ନ ୪ ଟା ବେଳେ ଆରମ୍ଭ ହେବ । ମୁମ୍ବାଇ ଇଣ୍ଡିୟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ୱାନଖେଡ଼େ ଷ୍ଟାଡିୟମ୍ ରେ ଆଜି ଏହି ମୁକାବିଲା ହେବାକୁ ଯାଉଛି ।

ମୁମ୍ବାଇ ପୋଲିସ୍ ପିଆରଓ,ଡିସିପି ମଂଜୁନାଥ ସେନଗେ ସ୍ପଷ୍ଟ କରିଥିଲେ ଯେ ଏହା କେବଳ ଏକ ଗୁଜବ । ସେ କହିଥିଲେ କୌଣସି ଆକ୍ରମଣର ସଂବନ୍ଧରେ ଏଜେନ୍ସି ପାଖରେ କୌଣସି ସୁଚନା ନାହିଁ । ପୋଲିସ୍ ସୂତ୍ର ଅନୁସାରେ ଏହା ମୁମ୍ବାଇରେ ଆଇପିଏଲ୍ ମ୍ୟାଚ୍ ପାଇଁ ହେଉଥିବା ଭିଡକୁ ଦେଖି ଏଭଳି ଗୁଜବ କେହି ପ୍ରସାରିତ କରିଥାଇପାରନ୍ତି ।

Share

Leave a Reply

Your email address will not be published. Required fields are marked *

5 × three =