ରାଜନୀତିରେ ହିଂସାର ସ୍ଥାନ ନାହିଁ : ନବୀନ

ଭୁବନେଶ୍ୱର () ରାଜନୀତିରେ ହିଂସାର ସ୍ଥାନ ନାହିଁ । ଖୋର୍ଦ୍ଧାରେ ଗତକାଲି ହୋଇଥିବା ରାଜନୈତିକ ହତ୍ୟା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହା କହିଛନ୍ତି ।

ଗତକାଲି ରାତିରେ ଖୋର୍ଦ୍ଧା ବିଜେପି ନେତାଙ୍କୁ କିଛି ଦୁର୍ବୁତ୍ତ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ଏଥିସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ନିର୍ଦେଶ ଦେବାକୁ ନିର୍ବାଚନ କମିଶନକୁ ଅନୁରୋଧ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × two =