30.40 ଲକ୍ଷ ଚାଷୀ ପାଇଲେଣି କାଳିଆ ସହାୟତା

ଭୁବନେଶ୍ବର () କାଳିଆ ଯୋଜନାରେ ଏବେ ସୁଦ୍ଧା ରାଜ୍ୟର 30 ଲକ୍ଷ 40 ହଜାର 38ଜଣ ଚାଷୀ ଉପକୃତ ହୋଇଛନ୍ତି । ସେ ମଧ୍ୟରୁ ମୟୁରଭଂଜରେ ସର୍ବାଧିକ 2ଲକ୍ଷ 27 ହଜାର 70ଜଣ ଚାଷୀ କାଳିଆ ସହାୟତା ପାଇଛନ୍ତି ।

କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ 75ହଜାର 918ଜଣ, ବାଲେଶ୍ବରରେ 1 ଲକ୍ଷ 82ହଜାର 475ଜଣ, ବରଗଡରେ 1ଲକ୍ଷ 47ହଜାର 185ଜଣ, ଭଦ୍ରକରେ 91ହଜାର 784ଜଣ ଚାଷୀ, ବଲାଙ୍ଗିରରେ ଏକ ଲକ୍ଷ 60ହଜାର 469 ଜଣ ଚାଷୀ, ବୌଦ୍ଧରେ 54ହଜାର 405ଜଣ ଚାଷୀ, କଟକରେ 1ଲକ୍ଷ 13ହଜାର 716ଜଣ ଚାଷୀ, ଦେବଗଡରେ 36 ହଜାର 468ଜଣ, ଢେଙ୍କାନାଳରେ 56 ହଜାର 747ଜଣ, ଗଜପତିରେ 51ହଜାର 115ଜଣ, ଗଂଜାମରେ 1ଲକ୍ଷ 90 ହଜାର 498ଜଣ ଚାଷୀ, ଜଗତସିଂହପୁରରେ 78ହଜାର 580ଜଣ, ଯାଜପୁରରେ 90 ହଜାର 153ଜଣ, ଝାରସୁଗୁଡାରେ 36ହଜାର 479 ଜଣ ଚାଷୀ ଉପକୃତ ହୋଇଛନ୍ତି ।

ସେହିଭଳି କଳାହାଣ୍ଡିରେ 1ଲକ୍ଷ 73ହଜାର 293ଜଣ ଚାଷୀ, କନ୍ଧମାଳରେ 79ହଜାର 262ଜଣ ଚାଷୀ, କେନ୍ଦ୍ରାପଡରେ 96ହଜାର 956 ଜଣ, କେନ୍ଦୁଝରରେ 1ଲକ୍ଷ 62ହଜାର 952ଜଣ ଚାଷୀ, ଖୋର୍ଦ୍ଧାରେ 69ହଜାର 656ଜଣ, କୋରାପୁଟରେ 1ଲକ୍ଷ 9 ହଜାର 167ଜଣ ଚାଷୀ, ମାଲକାନଗିରିରେ 55ହଜାର 691ଜଣ ଚାଷୀ, ନବରଙ୍ଗପୁରରେ 1ଲକ୍ଷ 2ହଜାର 22ଜଣ ଚାଷୀ, ନୟାଗଡରେ 62ହଜାର 425ଜଣ ଚାଷୀ, ନୂଆପଡାରେ 67ହଜାର 882ଜଣ, ପୁରୀରେ 1ଲକ୍ଷ 17ହଜାର 782ଜଣ ଚାଷୀ, ରାୟଗଡାରେ 82ହଜାର 55 ଜଣ ଚାଷୀ, ସମ୍ବଲପୁରରେ 72ହଜାର 530 ଜଣ ଚାଷୀ, ସୋନପୁରରେ 63 ହଜାର 372ଜଣ ଓ ସୁନ୍ଦରଗଡର 1ଲକ୍ଷ 31 ହଜାର 931ଜଣ ଚାଷୀ ଉପକୃତ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve − three =