ବଢିଲା ଲକଡାଉନ ଅବଧି

ନୂଆଦିଲ୍ଲୀ() ମେ ୩୧ ପର୍ଯ୍ୟନ୍ତ ଲକ୍-ଡାଉନ୍ ବଢାଇବାକୁ ନିର୍ଦ୍ଦେଶ ଦେଇଛି ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ବା ଏନଡିଏମଏ । ଡିଜାଷ୍ଟର ମ୍ୟାନେଜମେଣ୍ଟ ଅ୍ଧଳ । ୨୦୦୫ ଅନୁଯାୟୀ ଏହି ନିର୍ଦ୍ଦେଶ ଦିଆଯାଇଛି । ମେ ୧୮ ରୁ ୧୪ ଦିନ ପର୍ଯ୍ୟନ୍ତ ଲକ୍-ଡାଉନକୁ ବୃଦ୍ଧି କରିବାକୁ ଏନଡିଏମଏ କହିଛି । କାଲିଠାରୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍-ଡାଉନ ଲାଗୁ ହେବ । ଆଉ କିଛି ସମୟ ମଧ୍ୟରେ ଗାଇଡଲାଇନ୍ ଜାରି କରିପାରନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ପୂର୍ବ ଅପେକ୍ଷା ଚତୁର୍ଥ ପର୍ଯ୍ୟାୟ ଲକ୍-ଡାଉନରେ କିଛି ନିୟମ କୋହଳ କରାଯିବ ।

ତେବେ କୋରୋନା ଯୋଗୁଁ ଦେଶରେ ୩ ଥର ଘୋଷଣା ହୋଇଛି ଲକ୍‌ଡାଉନ। ୩ଟି ପର୍ଯ୍ୟାୟର ଲକ୍‌-ଡାଉନ ଯଥାକ୍ରମେ ୨୧ ଦିନ, ୧୯ ଦିନ ଓ ୧୪ ଦିନ ପାଇଁ ଥିଲା । ମାର୍ଚ ୨୫ରୁ ଏପ୍ରିଲ ୧୪ ଯାଏ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ ରହିଥିବା ବେଳେ ଏପ୍ରିଲ ୧୫ରୁ ମେ ୩ ଯାଏ ଥିଲା ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ। ସେହିପରି ମେ ୪ରୁ ମେ ୧୭ ଯାଏ ଘୋଷଣା ହୋଇଥିଲା ଲକ୍‌ଡାଉନ-୩.୦ ।

Share

Leave a Reply

Your email address will not be published. Required fields are marked *

5 + twenty =