କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ବର()   କେରଳ ଛୁଇଁଲା ମୌସୁମୀ ।IMD ପୂର୍ବାନୁମାନ ଅନୁଯାୟୀ ଆଜି ମୌସୁମୀ କେରଳ ଛୁଇଁଛି ।କେରଳର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି ।ସୂଚନା ଦେଲେ IMD ଏଡିଜି ମୃତ୍ୟୁଜଂୟ ମହାପାତ୍ର ।

ପଶ୍ଚିମ ମୌସୁମୀ ବାୟୁ ଜୁନ୍ ପ୍ରଥମ ସପ୍ତାହରେ କେରଳ ଛୁଉଁଥିବା ବେଳେ ଚଳିତ ବର୍ଷ ୮ ଦିନ ବିଳମ୍ବରେ ଭାରତରେ ପ୍ରବେଶ କରିଛି । ତେବେ ଓଡିଶାରେ ମୌସୁମୀ ବାୟୁ ପ୍ରବେଶ ନେଇ ଅନିୟମିତତା ଲାଗି ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଓଡିଶାର ଅଧିକାଂଶ ସ୍ଥାନରେ ଆସନ୍ତା ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ । କିନ୍ତୁ ଦୁଇ ଦିନ ପରେ ପରିସ୍ଥିତି ପୂର୍ବାବସ୍ଥା ଫେରିପାଇବ । ରଜ ପୂର୍ବରୁ ମୌସୁମୀ ଆସିବା ନେଇ ଚର୍ଚ୍ଚା ହେଉଥିଲା ହେଲେ ଏବେ ଜୁନ୍ ତୃତୀୟ ସପ୍ତାହ ସୁଦ୍ଧା ମୌସୁମୀ ଓଡିଶାରେ ପହଂଚିବା ସମ୍ଭାବନା ଦେଖାଯାଉନାହିଁ ।

Share

Leave a Reply

Your email address will not be published. Required fields are marked *

five × 1 =