ରାହତ ଇନ୍ଦୋରୀଙ୍କ ଦେହାନ୍ତ

ମଧ୍ୟପ୍ରଦେଶ () ପ୍ରସିଦ୍ଧ କବି ରାହତ ଇନ୍ଦୋରୀଙ୍କ ପରଲୋକ । ରାହତ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ଥିଲେ । ମଙ୍ଗଳବାର ରାହତ ଇନ୍ଦୋରୀ ତାଙ୍କ ଫେସବୁକ୍ ଆକାଉଣ୍ଟରେ କରୋନା ପଜିଟିଭ୍ ହେବା ବିଷୟରେ ସୂଚନା ଦେଇଥିଲେ । ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ତାଙ୍କର କରୋନା ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା । ଏହା ପରେ ତାଙ୍କୁ ଅରବିନ୍ଦୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସୁଛି ।

Share

Leave a Reply

Your email address will not be published. Required fields are marked *

18 − ten =