‘ମୋ ବସ’ ଭଡା କମିଲା

ଭୁବନେଶ୍ୱର() କମିଲା ‘ମୋ ବସ’ ଭଡା । ଡିସେମ୍ବର ୧ରୁ ଜାନୁଆରୀ ୩୧ ଯାଏଁ ଆଗାମୀ ୨ ମାସ ପର୍ୟ୍ୟନ୍ତ ‘ମୋ ବସ’ର ଶୀତତାପ ନିୟନ୍ତ୍ରିତ (ଏସି) ବସ ଗୁଡିକରେ ଯାତ୍ରୀଙ୍କୁ ରିହାତ ଦିଆଯିବା ନେଇ ଘୋଷଣା କରିଛି କ୍ରୁଟ୍ ।

ପୂର୍ବରୁ ଏସି ବସ୍ ଗୁଡିକରେ ପ୍ରଥମ ୨ କିମି ପର୍ୟ୍ୟନ୍ତ ସର୍ବନିମ୍ନ ଭଡା ୮ ଟଙ୍କା ନିଆଯାଉଥିବା ବେଳେ ଏବେ ଏହାକୁ ହ୍ରାସ କରାଯାଇ ୫ ଟଙ୍କା କରାଯାଇଛି । ସେହିଭଳି ଏସି ବସର ସର୍ବାଧିକ ଭଡା ୧୦୦ ଟଙ୍କା ପରିବର୍ତ୍ତେ ୭୦ ଟଙ୍କା କରାଯାଇଛି । ତେଣୁ ଯାତ୍ରୀ ମାନେ ଶୀତତାପ ନିୟନ୍ତ୍ରୀତ ବସରେ ବସି ରାଜଧାନୀର ମଜା ଉଠାଇପାରିବେ ବୋଲି କହିଛନ୍ତି କ୍ରୁଟର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ।

ସେହିଭଳି ଅଣ ଶୀତତାପ ନିୟନ୍ତ୍ରୀତ ବସର ମାସିକ ଭଡା ୬୦୦ରୁ ୫୫୦ ଟଙ୍କାକୁ ହ୍ରାସ କରାଯିବାକୁ ଥିବା ବେଳେ ଶୀତତାପ ନିୟନ୍ତ୍ରୀତ ଭଡା ୯୦୦ ଟଙ୍କାରୁ ୭୫୦ ଟଙ୍କାକୁ କମାଯିବ ।

Share

Leave a Reply

Your email address will not be published. Required fields are marked *

one × 1 =