ଜାଣନ୍ତୁ ପଞ୍ଚମ କରୋନା ଆକ୍ରାନ୍ତଙ୍କ ପୁରା ପରିଚୟ

ଭୁବନେଶ୍ୱର() ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କରିଛି ବିଏମସି । ଆକ୍ରାନ୍ତଙ୍କ ନାମ ପ୍ରଦୀପ୍ତ ଦଳବେହେରା ଏବଂ ତାଙ୍କ ଘର ଭୁବନେଶ୍ୱରର ସ୍ଥିତ ସୂର୍ଯ୍ୟନଗର ପ୍ଲଟ ନମ୍ବର ୩୭, ୟୁନିଟ ୭ । ଜନହିତ ଦୃଷ୍ଟିରୁ ପରିଚୟ ଜଣାଇଛି ଭୁବନେଶ୍ୱର ମହାନଗର ନିଗମ । ସେ ବିଦେଶ କିମ୍ବା ବାହାର ରାଜ୍ୟକୁ ଯାଇନଥିବା ସୂଚନା ମିଳିଛି । ମାର୍ଚ୍ଚ ପରେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ସଙ୍ଗରୋଧ ରହିବାକୁ ପରାମର୍ଶ ଦିଆଯାଇଛି । ୧୪ଦିନ ପାଇଁ କ୍ୱାରେଣ୍ଟାଇନରେ ରହବାକୁ ୧୦୪ରେ ଯୋଗାଯୋଗ କରନ୍ତୁ ବୋଲି କୁହାଯାଇଛି । ଆପଣଙ୍କ ଶରୀରେ କରୋନା ଲକ୍ଷଣ ଦେଖାଦେଲେ ସରକାରଙ୍କୁ ତୁରନ୍ତ ଜଣାନ୍ତୁ ।
ଏହାସହ ସେ ରହୁଥିବା ଅଞ୍ଚଳକୁ ରେଷ୍ଟ୍ରକଟେଡ଼୍ ଜୋନ୍ କରିଦିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏହା ବଳବତ୍ତର ରହିବ ବୋଲି ଜଣାପଡ଼ିଛି । ଏହି ଅଞ୍ଚଳର ପ୍ରବେଶ ଓ ପ୍ରସ୍ତାନ ଉପରେ କଟକଣା ମଧ୍ୟ ଲାଗୁ ହୋଇଛି । ବ୍ୟାରିକେଡ଼୍ କରି କଟକଣା ଲଗାଇଛନ୍ତି ସରକାର । ଗୋପବନ୍ଧୁ ଛକରୁ ଏଲଆଇସି ଛକ ଏବଂ ଗଙ୍ଗ ନଗର ଛକ କଟକଣା ମଧ୍ୟରେ ରହିବ । ଗଙ୍ଗନଗରରୁ ସିରିପୁର-ଗୋପବନ୍ଧୁ ଛକ ଯାଏଁ ମଧ୍ୟ କଟକଣା ଭିତରେ ରହିବ । କଟକଣା ଲାଗିବା ପରେ ବି ଆବଶ୍ୟକୀୟ ସାମଗ୍ରୀ ଯୋଗାଯିବ ବୋଲି ପ୍ରତିଶୃତି ଦିଆଯାଇଛି । ଡାକ୍ତରୀ ଟିମ୍ ଲୋକଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବ ବୋଲି ସୂଚନା ମିଳିଛି ।
ପ୍ରକାଶ ଯୋଗ୍ୟ ଯେ ରାଜ୍ୟରେ ପଞ୍ଚମ କରୋନା ରୋଗୀ ଗତକାଲି ଚିହ୍ନଟ ହୋଇଥିଲେ । ତାଙ୍କ ବୟସ ୬୦ବର୍ଷ । ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଥିଲା । ସେ ବତ୍ତର୍ମାନ ଭୁବନେଶ୍ୱରର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × 2 =