ଘରେ ବସି ପାଆନ୍ତୁ ସାବିତ୍ରୀ ଭାର

ଭୁବନେଶ୍ୱର: ଆଗାମୀ ଜୁନ୍ ୧୦ ତାରିଖରେ ସାବିତ୍ରୀ ବ୍ରତ । ହେଲେ ରଜ, ସାବିତ୍ରୀରେ ବଜାର ଭିଡ ହେବା ଆଶଙ୍କା କରି ରାଜ୍ୟ ସରକାର ଲକଡାଉନ ଅବଧିକୁ ୧୭ ତାରିଖ ଯାଏଁ ବଢାଇ ଦେଇଥିଲେ । ଏବେ ଲୋକଙ୍କ ଭିତରେ ଚିନ୍ତା, ଲକଡାଉନରେ କେମିତି କିଣାଯିବ ସାବିତ୍ରୀ ବ୍ରତ ପାଇଁ ଆବଶ୍ୟକ ପୂଜା ସାମଗ୍ରୀ ଓ ଫଳ ।

ସାବିତ୍ରୀ ପୂଜା ପାଇଁ ଯେପରି ମହିଳାମାନେ ସୁରୁଖୁରୁରେ କରିପାରିବେ ତାହାକୁ ନଜରରେ ରଖି ‘ମୋ ଭାଇ’ ୱେବସାଇଟ ମାଧ୍ୟମରେ ସେ ଭୁବନେଶ୍ୱରରେ, କଟକ ଓ ବାଲେଶ୍ଵରରେ ଏହି ସେବା ଯୋଗାଇବ ବୋଲି ଭୁବନେଶ୍ବରର ନିର୍ମାତା ଜ୍ୟୋଜିରଞ୍ଜନ ସାହୁ କହିଛନ୍ତି ।

ୱେବସାଇଟ ମାଧ୍ୟମରେ ଜିନିଷ ଅର୍ଡର କରିବାର ୨୪ ଘଣ୍ଟାରେ ପୂଜା ସାମଗ୍ରୀ ଘରେ ପହଞ୍ଚାଯିବ । ଚଳିତବର୍ଷ ସାବିତ୍ରୀ ଵ୍ରତ ପାଇଁ ଦୁଇଟି ପୁଟୁଳି ବ୍ୟବସ୍ଥା କରିଛନ୍ତି । ଯାହାର ଦର ରହିଛି ୫୦୦ ରୁ ୧୦୦୦ ଟଙ୍କା।
୫୦୦ ଟଙ୍କିଆ ପୁଟୁଳିରେ ୫ ପ୍ରକାରର ଫଳ ଯଥା- ଆମ୍ବ ୧ କେଜି, ଅଙ୍ଗୁର ଅଧ କେଜି, ନଡ଼ିଆ ୧ଟା, ସେଓ ଅଧ କେଜି, କଦଳୀ ୬ଟି, ଖଜରା, ସପୁରୀ, ସାଗୁ ଓ ମିଶ୍ରି ଅଧ କେଜି ଘରେ ଯୋଗାଇ ଦିଆଯିବ । ଏହା ସହ ସାବିତ୍ରୀ ବ୍ରତ ପାଇଁ ଦର୍ପଣ, ସିନ୍ଦୁର, ଅଳତା, ବିନ୍ଦି, ଶଙ୍ଖା, ସାବିତ୍ରୀ ବହି ଇତ୍ୟାଦି ରହିଛି।

ସେହିପରି ୧୦୦୦ ଟଙ୍କିଆ ପୁଟୁଳିରେ ୭ଟି ଭେରାଇଟିର ଫଳ ଯଥା- ଆମ୍ବ ୨ କେଜି, ଅଙ୍ଗୁର, କମଳା, ବେଦନା ଅଧ କେଜି, ନଡ଼ିଆ ୧ଟା, ସେଓ ଅଧ କେଜି, କଦଳୀ ୬ଟି, ଖଜରା, ସପୁରୀ, ସାଗୁ ଓ ମିଶ୍ରି ଅଧ କେଜି ଏହାସହ ସାବିତ୍ରୀ ବ୍ରତ, ଦର୍ପଣ, ସିନ୍ଦୁର, ଅଳତା, ବିନ୍ଦି, ଶଙ୍ଖା, ସାବିତ୍ରୀ ବହି ରହିଛି।

Share

Leave a Reply

Your email address will not be published. Required fields are marked *

two × 4 =