ଆକ୍ରମଣର ଶିକାର ହେଲେ ଅବକାରୀ କର୍ମଚାରୀ

ଭୁବନେଶ୍ୱର: ଅବକାରୀ କର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କଲେ ଦୁର୍ବୁତ୍ତ । ଭୁବନେଶ୍ବର ଉପକଣ୍ଠ ଭରତପୁର ଅଞ୍ଚଳରେ ଅବକାରୀ କର୍ମଚାରୀଙ୍କୁ ମାଡ଼ ମରାଯ଼ାଇଥିବା ସୂଚନା ମିଳିଛି । ମଦ କାରବାର ଉପରେ ଚଢ଼ାଉ ପାଇଁ ଅବକାରୀ କର୍ମଚାରୀମାନେ ଯାଇଥିବା ବେଳେ ସେମାନଙ୍କୁ ସଂଘବଦ୍ଧ ହୋଇ ଆକ୍ରମଣ କରାଯ଼ାଇଥିଲା । ଏହି ସଂଘବଦ୍ଧ ଆକ୍ରମଣରେ ମହିଳା କର୍ମଚାରୀଙ୍କ ସହ ୫ ଆହତ ହୋଇଥିବା ସୂଚନା ମିଳିଛି । ଏହା ସହିତ ଅବକାରୀ କର୍ମଚାରୀଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରାଯ଼ାଇଛି । କମିଶନରେଟ୍ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଅବକାରୀ କର୍ମଚାରୀ ଉଦ୍ଧାରଙ୍କୁ ଉଦ୍ଧାର କରାଯ଼ାଇଛି । ଏହି ଘଟଣାରେ ୨ ଜଣକୁ ଅଟକ ରଖାଯ଼ାଇଛି ।

Share

Leave a Reply

Your email address will not be published. Required fields are marked *

5 − 2 =