ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସମୀକ୍ଷା କରୁଛି କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର: ବାତ୍ୟା ୟାସ୍‌ର ସମୀକ୍ଷା କରୁଛି କେନ୍ଦ୍ରୀୟ ଟିମ୍ । ଆଜି ବାଲେଶ୍ୱର ଓ ଭଦ୍ରକରେ ପହଞ୍ଚି ସମୀକ୍ଷା କରିଛି ଏହି ୪ ଜଣିଆ ଟିମ୍ । ବାଲେଶ୍ବର ଜିଲ୍ଲାରେ ପହଞ୍ଚିଲେ ୪ ଜଣିଆ ସେଣ୍ଟ୍ରାଲ ଟିମ୍ । ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ପରେ ସଦର, ସୋର ଓ ବାହାନଗା ବ୍ଲକ୍ ବାତ୍ୟାଞ୍ଚଳ ପରିଦର୍ଶନ କରିବେ । ଶେଷରେ ପ୍ରଶାସନ ସହିତ ସମୀକ୍ଷା କରିବା ପରେ ମୟୂରଭଞ୍ଜ ଗସ୍ତରେ ଯିବ ଟିମ୍ ।

ବାତ୍ୟା ‘ୟାସ୍’ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ରବିବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଥିଲା କେନ୍ଦ୍ରୀୟ ଟିମ୍ । ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ଣ୍ଣଓ୍ବାଲଙ୍କ ନେତୃତ୍ବରେ ଏହି ଟିମ୍ ଆସିଛି। ଏହି ୭ ଜଣିଆ କେନ୍ଦ୍ରୀୟ ଟିମ୍ ଆଜିଠୁ ଦୁଇଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିବେ।

Share

Leave a Reply

Your email address will not be published. Required fields are marked *

sixteen + five =