ସେପ୍ଟେମ୍ବର ୧୯ରୁ ଆଇପିଏଲ ଆରମ୍ଭ

ନୂଆଦିଲ୍ଲୀ: ଆଇପିଏଲର ୧୪ତମ ସଂସ୍କରଣରେ ବାକିଥିବା ମ୍ୟାଚ ସେପ୍ଟେମ୍ବର ୧୯ରୁ ଖେଳଯିବା ନେଇ ସୂଚନା ଦେଇଛି ବିସିସିଆଇ । ସେହିପରି ଅକ୍ଟୋବର ୧୫ ତାରିଖରେ ଖେଳାଯିବ ଆଇପିଏଲର ଚଳିତ ସିଜିନର ଫାଇନାଲ୍ ଫାଇଟ୍ । କରୋନା ପାଇଁ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ କରିବାକୁ ପଡିଥିଲା । ବିଭିନ୍ନ ଟିମର ଖେଳାଳି ଓ କୋଚ୍ କରୋନାରେ ସଂକ୍ରମିତ ହେବା କାରଣରୁ ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା ।

ସୂଚନା ଥାଉକି, ଆଇପିଏଲର ୨୪ତମ ସଂସ୍କରଣରେ ଅଧାରୁ ମ୍ୟାଚ ସ୍ଥଗିତ ରଖାଯାଇଛି । କିଛି ଖେଳାଳୀ ଓ ସପୋର୍ଟଷ୍ଟାଫଙ୍କ ନିକଟରେ କରୋନା ଲକ୍ଷଣ ଦେବା ପରେ ସ୍ଥଗିତ ରହିଥିଲା ମ୍ୟାଚ । ୟୁଏଇରେ ବାକି ମ୍ୟାଚ ଖେଳାଯିବା ନେଇ ପୂର୍ବରୁ ସୂଚନା ଦେଇଥିଲା ବିସିସିଆଇ । ତେବେ କେବେ ମ୍ୟାଚ ହେବ ତାହା ସ୍ପଷ୍ଠ ହୋଇନଥିଲା । ଆଜି ତାରିଖ ଧାର୍ଯ୍ୟ କରିଛି ବିସିସିଆଇ ।
ଆଇପିଏଲର ୧୪ତମ ସଂସ୍କରଣର ମୋଟ୍ ୩୧ଟି ମ୍ୟାଚ୍ ବାକି ରହିଛି । ତେବେ ଚଳିତ ସିଜିନରେ ମୋଟ୍ ୫୮ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ୧୨ ଅଙ୍କ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ଦ୍ୱିତୀୟରେ ଚେନ୍ନାଇ ସୁପରକିଙ୍ଗସ, ତୃତୀୟରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର, ଚତୁର୍ଥରେ ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଚମରେ ରାଜସ୍ଥାନ ରୟାଲ୍ସ, ଷଷ୍ଠ ସ୍ଥାନରେ ପଞ୍ଜାବ କିଙ୍ଗସ, ସପ୍ତମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଶେଷରେ ରହିଛି ସନ ରାଇଜର୍ସ ହାଇଦ୍ରାବାଦ ।

Share

Leave a Reply

Your email address will not be published. Required fields are marked *

3 × three =