ବ୍ରିଟିଶ ପରମ୍ପରାକୁ ନାଁ, ଉଚ୍ଛେଦ ହେଲା ଗାର୍ଡ ଅଫ ଅନର ବ୍ୟବସ୍ଥା

ଭୁବନେଶ୍ବର () ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ଆଜିଠାରୁ ଉଚ୍ଛେଦ ହେଲା ଗାର୍ଡ ଅଫ ଅନର ଓ ହାଉସ ଗାର୍ଡ ପରମ୍ପରା । ଏଭଳି ବ୍ରିଟିଶ ପରମ୍ପରରା ଉଚ୍ଛେଦ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ସର୍ବଭାରତୀୟ ସ୍ତରରେ ଉଦାହାରଣ ସୃଷ୍ଟି କରିଛନ୍ତି । ବ୍ରିଟିଶ ଅମଳରୁ ଚାଲିଥିବା ଏହି ଉପନିବେଶବାଦ ପରମ୍ପରାକୁ ବନ୍ଦ କରାଯାଇଛି । ରାଜ୍ୟ ସରକାର ଓ ପ୍ରଶାସନକୁ ଲୋକଙ୍କ ପାଇଁ ଓ ଲୋକଙ୍କ ଉଦ୍ଦେଶ୍ୟରେ ବୋଲି ପ୍ରମାଣିତ କରିବାକୁ ମୁଖ୍ୟମନ୍ତ୍ରୀ ଏଭଳି ଅନେକ ପଦକ୍ଷେପ ନେଇଛନ୍ତି ।

ରାଜ୍ୟରେ ଗାର୍ଡ ଅଫ ଅନର ବ୍ୟବସ୍ଥାର ଉଚ୍ଛେଦ ହେଲା । ଏହି ବ୍ୟବସ୍ଥାର ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଏଣିକି କେବଳ ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ ଏବଂ ଉତ୍କଳ ଦିବସ ପାଳନ ଅବସରରେ ନିମନ୍ତ୍ରିତ ଅତିଥିଙ୍କୁ ଗାର୍ଡ ଅଫ ଅନର ଦିଆଯାଇପାରିବ । ତେବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଲୋକାଅୟୁକ୍ତ, ସୁପ୍ରିମ କୋର୍ଟ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ କ୍ଷେତ୍ରରେ ଏହା ପୂର୍ବଭଳି କାର୍ଯ୍ୟକାରୀ ହେବ ।

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଏବଂ ସରକାରୀ ପଦାଧିକାରୀ ମାନଙ୍କୁ ଆଗରୁ ଦିଆଯାଉଥିବା ଗାର୍ଡ ଅଫ ଅନର, ହାଉସ ଗାର୍ଡ ବ୍ୟବସ୍ଥା ଏହି ନିର୍ଦେଶ ଦ୍ବାରା ଉଚ୍ଛେଦ କରାଗଲା । ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରୀ ଗାଡିରୁ ନାଲିବତୀ ପ୍ରଥମେ ହଟାଇ ଏକ ଉଦାହରଣ ସୃଷ୍ଟି କରିଥିଲେ ।

Share

Leave a Reply

Your email address will not be published. Required fields are marked *

11 − 2 =