SHGକୁ ମଧ୍ୟାହ୍ନ ଭୋଜନ ନାୟିତ୍ୱ

ଭୁବନେଶ୍ୱର ()  ବିଦ୍ୟାଳୟଗୁଡ଼ିକର ମଧ୍ୟାହ୍ନ ଭୋଜନ ଦାୟିତ୍ୱରୁ ଶିକ୍ଷକଙ୍କୁ ମୁକ୍ତ କରାଯାଇଛି । ଏହି ଦାୟତ୍ୱ ଏବେ ଏସଏଚଜି ଗ୍ରୁପକୁ ଦେଇଛନ୍ତି ରାଜ୍ୟ ସରକାର । ଏଣିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ବୁଝିବେ । ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ସହ ଛାତ୍ରଛାତ୍ରୀଙ୍କୁ କାମ କରାଯାଉଥିବା ମଧ୍ୟ ଅଭିଯୋଗ ଆସୁଛି । ତେଣୁ ସ୍ୱଚ୍ଛତା ପାଇଁ ମିଶନ ଶକ୍ତି ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିଷ୍ପତି ଗ୍ରହଣ କରାଯାଇଛି । ପ୍ରାଥମିକ ଭାବେ ଶହେରୁ ଅଧିକ ପିଲା ଥିବା ସ୍କୁଲ ଖାଦ୍ୟ ଦାୟିତ୍ୱ ଏସଏଚଜି ଗ୍ରୁପ ନେବେ । ଏଥିରେ ସେଣ୍ଟ୍ରାଲ କିଚେନ ଦ୍ୱାରା ଖାଦ୍ୟ ଦିଆଯାଉଥିବା ସ୍କୁଲ ପ୍ରଭାବିତ ହେବ ନାହିଁ । ଡିଇଓଙ୍କ ଜରିଆରେ ଏସଏଚଜି ଗ୍ରୁପ ମଧ୍ୟାହ୍ନ ଭୋଜନ ବାବଦ ଖର୍ଚ୍ଚ ପାଇବେ । ମଧ୍ୟାହ୍ନ ଭୋଜନ ବିତରଣ ବେଳେ ଏସଏଚଜି ସଦସ୍ୟ ଓ ପ୍ରଧାନଶିକ୍ଷକ ଉପସ୍ଥିତ ରହିବେ ।

Share

Leave a Reply

Your email address will not be published. Required fields are marked *

seventeen − 14 =