ନାବାଳିକାଙ୍କୁ ଅସଦାଚରଣ କଲେ ଶ୍ରୀମନ୍ଦିର ପୂଜକ

ପୁରୀ: ଲଜ୍ଜା । ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାରଣ ଅଭିଯୋଗ । ଜଣେ ନାବାଳିକାଙ୍କୁ ପୂଜକ ଅସଦାଚରରଣ କରିଥିବାର ଅଭିଯୋଗ ଆସିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଶ୍ରୀମନ୍ଦିର ସ୍ଥିତ ବାମନ ମନ୍ଦିରର ଜଣେ ପୂଜକ ନାବାଳିକାଙ୍କ ସହ ଅଶାଳିନ ବ୍ୟବହାର କରିଥିବା ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି । ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ପୂଜକଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ଅସଦାଚରଣର ଶିକାର ହୋଇଥିବା ନାବାଳିକା ଜଣକ ପୁରୀ ବାହାରର ହୋଇଥିବା ସୂଚନା ମିଳିଛି । ମନ୍ଦିରରେ ପରିସରରେ ପୂଜକଙ୍କ ଏଭଳି ଅସଦାଚରଣ ଅଭିଯୋଗ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

Share

Leave a Reply

Your email address will not be published. Required fields are marked *

three × 2 =