ବଲିଉଡ୍ ପରେ ଓଲିଉଡରେ ‘ମି-ଠୁ’

ଅଭିଯୋଗ ଆଣିଛନ୍ତି ଓଲିଉଡର ଟେଲି ଅଭିନେତ୍ରୀ ଏଲି ପାଢୀ । ଅନେକ ପ୍ରଯୋଜକ ଫିଲ୍ମର ଅଫର ଦେଇ ହିରୋଇନ୍ କରିବା ଅପେକ୍ଷା ନିଜ ଜୀବନର ହିରୋଇନ୍ କରିବା ପାଇଁ ଚେଷ୍ଟା କରିଥାନ୍ତି । ଏଭଳି ଘଟଣା ଓଲିଉଡରେ ଅନେକ ଥର ଘଟିଥାଏ , କିନ୍ତୁ ତାହା ସାମନାକୁ ଆସେନି । ଏପରିକି ପୂର୍ବରୁ ଆସିଥିବା କାଷ୍ଟିଂ କାଉଚ୍ ଅଭିଯୋଗରେ ମଧ୍ୟ ଅନେକ ଲୋକ ଧରାପଡିଥିଲେ । ଅନେକ ଅଭିନେତ୍ରୀ କାମ ହରାଇବା ଭୟରେ କ୍ୟାମେରା ସାମନାରେ ଅଭିଯୋଗ ଆଣନ୍ତିନି ବୋଲି ଏଲି ପାଢୀ କହିଛନ୍ତି । ତାଙ୍କର ପ୍ରଥମ ଫିଲ୍ମ ଏ ମିଳନ ଯୁଗ ଯୁଗର ସଫଳତା ପରେ ଦ୍ୱିତୀୟ ଫିଲ୍ମର ଅଫର ଯେତେବେଳେ ଆସିଲା ପ୍ରଯୋଜକ ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିବା ଆଢୁଆଳରେ ବାରମ୍ବାର ତାଙ୍କୁ ଫୋନ୍ କରି ମାନସିକ ନିର‌୍ୟାତନା ଦେଉଥିବା ସେ କହିଛନ୍ତି । ଏପରିକି ତାଙ୍କ ସହ ୨ ଥର ଏଭଳି ଘଟଣା ଘଟିଥିବା ସେ କହିଛନ୍ତି । ବର୍ତମାନ ସେହି ପ୍ରଯୋଜକ ମାନେ ଓଲିଉଡରେ ସକ୍ରିୟ ନଥିବା ବେଳେ ସେଥିପାଇଁ ତାଙ୍କ ନା ନେବାକୁ ସେ ଚାହୁଁନଥିବା କହିଛନ୍ତି । କାମ ନମିଳିବା ଭୟରେ ଓଡିଆ ଝିଅ ମୁହଁ ଖୋଲି କହିବାକୁ ଡରନ୍ତି ବୋଲି ଏଲି ପାଢୀ କହିଛନ୍ତି । ବର୍ତମାନ ସମୟରେ ଯେଉଁ ନୂଆ ପୀଢିର କଳାକାର ଫିଲ୍ମ ଦୁନିଆକୁ ଆସୁଛନ୍ତି, ସେମାନେ ଖୁବ୍ କମ୍ ସମୟରେ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖୁଛନ୍ତି । ସେଥିପାଇଁ ଏଭଳି ନିର‌୍ୟାତନାର ଶିକାର ହେଉଥିବା ଓଲିଉଡର ଟେଲି ଅଭିନେତ୍ରୀ ଏଲି ପାଢୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

16 + twelve =