ଲକ୍ ଡାଉନ ପରେ ଯଥାଶୀଘ୍ର ପରୀକ୍ଷା ହେବ

ଭୁବନେଶ୍ୱର() କରୋନା ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଥିବାରୁ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ କିପରି ଅସୁବିଧା ନହେବ ସେନେଇ ପଦକ୍ଷେପ ନିଆଯାଇଛି । ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖିଛନ୍ତି । କରୋନା ପାଇଁ ପ୍ରତ୍ୟେକ୍ଷ ଭାବେ ଶିକ୍ଷାଦାନ କରିହେବ ନାହିଁ । ତେଣୁ ଆବଶ୍ୟକ ପଡ଼ିଲେ  ଅନଲାଇନ କ୍ଲାସରେ ପଢ଼ିପାରିବେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ।  ଏବେ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷା ହେବ ନାହିଁ ।  ଏହାସହ ହଷ୍ଟେଲରେ କୌଣସି ଛାତ୍ରଛାତ୍ରୀ ରହି ପାରିବେ ନାହିଁ ବୋଲି ସୂଚନା ମିଳିଛି । ବିନା ଅନୁମତିରେ କେହି ହଷ୍ଟେଲ ଆସିପାରିବେ ନାହିଁ ।  ପୂର୍ବରୁ ଥିବା କଟକଣାକୁ ସାମାନ୍ୟ କୋହଳ କରିଛି ଉଚ୍ଚଶିକ୍ଷା ବିଭାଗ । ଗୁରୁତ୍ୱପୂର୍ଣ୍ଣ ସାର୍ଟିଫିକେଟ ଅନଲାଇନରେ ନେଇ ପାରିବେ । ସର୍ଟ ନୋଟିସରେ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ କହିଛି ଉଚ୍ଚଶିକ୍ଷା ବିଭାଗ ।  ଲକ୍ ଡାଉନ ପରେ ଯଥାଶୀଘ୍ର ପରୀକ୍ଷା ହୋଇପାରେ । ଯେଉଁ ସବୁ ପରୀକ୍ଷା ରହିଛି ତାହାର ମୂଲ୍ୟାଙ୍କନ ହେବ । ଜୋନ୍ ସ୍ତରୀୟ ମୂଲ୍ୟାଙ୍କନକୁ ଅନୁମତି ନାହିଁ । ଗ୍ରୁପ-ଏ ର ସମସ୍ତ ଅଧିକାରୀ କାର୍ଯ୍ୟକ୍ଷେତ୍ରକୁ ଆସିବେ । ଗ୍ରୁପ-ବି, ସି, ଡ଼ିର ଏକ ତୃତୀୟାଂଶ କର୍ମଚାରୀ ମଧ୍ୟ କାର୍ଯର୍୍ୟାଳୟରେ ଯୋଗ ଦେବେ । କାର୍ଯ୍ୟାଳୟରେ ସାମାଜିକ ଦୂରତା ଓ ସ୍ୱଚ୍ଛତା ଉପରେ ଧ୍ୟାନ ଦେବାକୁ ଏହି ଚିଠିରେ ଉଚ୍ଛଶିକ୍ଷା ସଚିବ ଦର୍ଶାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 1 =