ରିମୋର୍ଟରେ ଉଡାଇବେ ମୋଟର ସାଇକେଲ

ଭୁବନେଶ୍ବର, (ନିପ୍ର): ସୁରକ୍ଷା କର୍ମୀଙ୍କୁ ମୁକାବିଲା ପାଇଁ ମାଓବାଦୀଙ୍କ ନୂଆ ରଣନୀତି । ଏଭଳି ଏକ ରଣନୀତିର ପର୍ଦ୍ଦାଫାସ କରିଛି ଛତିଶଗଡ ପୋଲିସ  । ୪ଚକିଆ ଯାନ ପରିବର୍ତ୍ତେ ମଟର ସାଇକେଲକୁ ଟାର୍ଗେଟ କରିଛନ୍ତି ମାଓବାଦୀ । ରିମୋର୍ଟ ଜରିଆରେ ଏହାକୁ ଉଡାଇବାକୁ ଯୋଜନା ପ୍ରସ୍ତୁତ ବି କରାଯାଇଛି ।

ଯବାନଙ୍କ ଏସଓପିକୁ ଭେଦ କରିବାକୁ ମାଓବାଦୀ ଏଭଳି ଯୋଜନା କରିଛନ୍ତି । ଛତିଶଗଡରେ କମ୍ବିଂ ସମୟରେ ଏଭଳି ଅନେକ ତଥ୍ୟ ଓ ଦସ୍ତାବିଜ ଜବତ କରିଛି ପୋଲିସ । ଏହି ନୂଆ ରଣନୀତି ଅନୁଯାୟୀ ବାଇକରେ ଛୋଟ ଛୋଟ ଦଳ ହୋଇ କମ୍ବିଂ ଅପରେସନରେ ଯାଉଥିବା ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବେ । ପାଦଚଲା ସଂକୀର୍ଣ୍ଣ ଜଙ୍ଗଲିଅ । ରାସ୍ତାରେ ବୋମା ଖଞ୍ଜି ଦୂରରୁ ତାହାକୁ ବିସ୍ଫୋରଣ କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ ତାର ବିଛାଇବାକୁ ବି ପଡ଼ିବ ନାହିଁ । ସବୁ କାମ ରିମୋଟ୍ କଣ୍ଟ୍ରୋଲରେ ହିଁ ନିୟବିତ ହେବ ବୋଲି ପୁଲିସ ଠାରୁ ସୂଚନା ମିଳିଛି । ଯଦି ନକ୍ସଲଙ୍କ ଏହି ଯୋଜନା ସଫଳ ହୁଏ ତାହାହେଲେ ସୁରକ୍ଷା ଅପରେସନ ଅଧିକ କଷ୍ଟକର ହେବ ବୋଲି ମଧ୍ୟ ମତପ୍ରକାଶ ପାଇଛି ।

ଦୁର୍ଗମ ଅଞ୍ଚଳକୁ ପୂର୍ବରୁ ସୁରକ୍ଷା କର୍ମୀ ଚାରି ଚକିଆ ଗାଡ଼ିରେ ଅପରେସନରେ ଯାଉଥିଲେ । ଲ୍ୟାଣ୍ଡମାଇନ୍ ବିସ୍ଫୋରଣକୁ ଦୃଷ୍ଟିରେ ରଖି ଯବାନମାନେ ଛୋଟଛୋଟ ଦଳରେ ବିଭକ୍ତ ହୋଇ ବାଇକ ଧରି ପଶୁଥିଲେ । ଯାହାଫଳରେ ନକ୍ସଲଙ୍କୁ କ୍ୟାମ୍ପ ଛାଡ଼ି ଯିବା ପାଇଁ ସମୟ ମିଳୁନଥିଲା । ଏହାପରେ ପୁଲିସର ପରିବର୍ତ୍ତିତ ରଣନୀତିର ମୁକାବିଲା କରିବା ପାଇଁ ବହୁ ଦିନ ହେଲା ଟପ୍ କ୍ୟାଡର ନକ୍ସଲ ଯବାନଙ୍କ ଗତିରୋଧ ପାଇଁ ଯୋଜନା କରିଥିଲେ । ଶେଷରେ ସେମାନଙ୍କୁ ନୂଆ ଉପାୟ ମିଳିଯାଇଛି । ବାଇକ ତଥା କାରରେ ଲାଗୁଥିବା ସତର୍କ ଆଲାର୍ମକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ଏହି ଆଲାର୍ମ ଲାଗିଥିବା ଗାଡ଼ିକୁ କେହି ସ୍ପର୍ଶ କଲେ ତାହା ବାଜିବାକୁ ଲାଗିଥାଏ । ରିମୋଟ ଦ୍ବାରା ନିୟବିତ ହେଉଥିବାରୁ ଦୂରରୁ ତାହାକୁ ଯେ କେହି ବି ବନ୍ଦ କରିପାରିବ । ତେଣୁ ଏହି ମେସିନକୁ ଆଣି ସେଥିରେ କିଛି ପରିବର୍ତ୍ତନ କରି ବିସ୍ଫୋରକ ଲଗାଇଲେ ମାଟି ତଳେ ପୋତି ଦିଆଯିବ । ତାର କିମ୍ବା ଡିଟୋନେଟର ଆବଶ୍ୟକ ହେଉନଥିବା ବେଳେ ଛୋଟ ଛୋଟ ଦଳ ହୋଇ ଯାଉଥିବା ଯବାନଙ୍କୁ ଅତି ସହଜରେ ଟାର୍ଗେଟ କରାଯାଇପାରିବ । କେବଳ ଶହେ ମିଟର ଦୂରରୁ ରିମୋଟରେ ସୁଇଚ୍ ଟିପିଲେ ସବୁ କାମ ହୋଇଯିବ । ସେହିପରି ବାଇକରେ ବି ବିସ୍ଫୋରକ ଲଗାଇ ତାହାକୁ ରିମୋଟ କଣ୍ଟ୍ରୋଲରେ ବିସ୍ଫୋରଣ କରିବାକୁ ନକ୍ସଲ ଷଡ଼ଯନ୍ତ୍ର କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 + 12 =