କାର ଭାଙ୍ଗି ଲୁଟିନେଲେ ୩ ଲକ୍ଷ

ସ୍ପଷ୍ଟ ଦିବାଲୋକରେ ଝାରସୁଗୁଡା ତହସିଲଦାର ଅଫିସ ସମ୍ମୁଖରେ ସେଣ୍ଟ୍ରୋ କାର କାଚ ଭାଙ୍ଗି ୩ ଲକ୍ଷ ଟଙ୍କା ଲୁଟିନେଇ ଦୁର୍ବୃତ୍ତ ଫେରାର। ଶିକ୍ଷକ ସୁରେଶ ଚନ୍ଦ୍ର ସାଗର ଆଜି ଷ୍ଟେଟ ବ୍ୟାଙ୍କ ରୁ ୩ ଲକ୍ଷ ଟଙ୍କା କାଢି ଥିଲେ ଏବଂ ତହସିଲ ଅଫିସ କୁ କୌଣସି କାର୍ୟ୍ୟରେ ଆସିଥିଲେ । ଏଠାରେ ତାଙ୍କ ଗାଡ଼ି ଲକ କରି ପାର୍କିଂଗ କରି ଏକ କାମରେ ଯାଇଥିଲେ। ପରେ ଦୁଇଜଣ ଦୁର୍ବୃତ୍ତ ଗୋଟେ ବାଇକରେ ଆସି ଗାଡିର କାଚ ଭାଙ୍ଗି ୩ ଲକ୍ଷ ନେଇ ଫେରାର ହୋଇଯାଇଥିଲେ। ଝାରସୁଗୁଡ଼ା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ମାତ୍ର ସ୍ୱଷ୍ଟ ଦିବାଲୋକରେ ଲୋକଙ୍କ ଗହଳି ରେ ଟଙ୍କା ଲୁଟି ନେବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାଂଚଲ୍ୟ ଖେଳି ଯାଇଛି

Share

Leave a Reply

Your email address will not be published. Required fields are marked *

2 × one =