ନିୟମ ଭାଙ୍ଗିଲେ ଲାଇସେନ୍ସ ରଦ୍ଧ

ଭୁବନେଶ୍ୱର () ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଉଥିବା ଅଟୋ ଚାଳକ ସାବଧାନ । କ୍ଷମାତାରୁ ଅଧିକ ଛାତ୍ରଛାତ୍ରୀଂକୁ ନେଲେ କାର୍ଯାନୁଷ୍ଠାନ ହେବ।  କମିସନରେଟ ପୋଲିସ ଆରମ୍ଭ କରିଛି ସ୍ବତନ୍ତ୍ର ଅପରେସନ। ଏନେଇ ଟ୍ରାଫିକ ଡିସିପିଙ୍କ ନେତୃତ୍ବରେ ରାଜଧାନୀର ବିଭିନ୍ନ ସ୍କୁଲ ସମ୍ମୁଖରେ ଯାଂଚ କରିଛି ପୋଲିସ।ଯାଂଚ ବେଳେ କ୍ଷମତା ଠାରୁ ଅଧିକ ଛାତ୍ରଛାତ୍ରୀଂକୁ ନେଉଥିବା ଅଟୋ ଚାଳକଂକ ଠାରୁ ଫାଇନ ଆଦାୟ କରିଛି ପୋଲିସ।
ୟୁନିଟ ୮ ସ୍ଥିତ ଡିଏଭି ସ୍କୁଲ ଓ ଷ୍ଟୁଆର୍ଟ ସ୍କୁଲ ସାମ୍ନାରେ ଯାଂଚ ବେଳେ ୧୧ଟି ଅଟୋ ଚାଳକଙ୍କଠୁ ଫାଇନ ଆଦାୟ କରିବା ସହ ଦୁଇଟି ଅଟୋରେ ୯ ଜଣ ଛାତ୍ରଛାତ୍ରୀ ନେଉଥିବା ଦୁଇ ଅଟୋ ଚାଳକଙ୍କ ଲାଇସେନ୍ସ ରଦ୍ଧ ପାଇଁ ଓୟୁପି ଆକ୍ଟରେ ଆରଟିଓଙ୍କୁ ଚିଠି ଲେଖିଛି କମିସନରେଟ ପୋଲିସ। ତେବେ ଗତ ୨୫ ତାରିଖ ଦିନ  ଦିନ ପ୍ରାୟ ୧୧ଟା ସମୟରେ ବରମୁଣ୍ଡା ସରସ୍ବତି ଶିଶୁ ବିଦ୍ଯା ମନ୍ଦିରର ୮ଜଣ ଛାତ୍ର ଛାତ୍ରୀ ଏକ ସ୍କୁଲ ଅଟୋରେ (ଓଆର ୦୨ ଏଏକ୍ସ ୯୪୭୬)ବସି ଘରକୁ ଫେରୁଥିବା ସମୟରେ ଏକ ମଦ୍ଯପ ଅଟୋ (ଓଆର ୦୨ଏସି ୧୨୫୬)ଡ୍ରାଇଭର ନିଶାରେ ଗାଡି ସାମ୍ନାରେ ଷ୍ଟଣ୍ଟ ମାରିବା ପରି ଗାଡିକୁ ସାଇଟ ମାରିଥିଲେ। ଫଳରେ ଛାତ୍ରଛାତ୍ରୀ ବୋଝେଇ ଅଟୋଟି  ଭାରସାମ୍ଯ ହରାଇ ରାସ୍ତା କଡରେ ଥିବା ବିଲକୁ ଖସିପଡିଥିଲା । ସୌଭାଗ୍ଯବସତଃ ସେହିବାଟେ ଦେଇ ଯାଉଥିବା ପିସିଆର ୧୬ ରେ ନଜରକୁ ଆସିବା ପରେ ଛାତ୍ର ଛାତ୍ରୀଂକୁ ତୁରନ୍ତ ଉଦ୍ଧାର କରିଥିଲେ ପିସିଆର କର୍ମଚାରୀ। ବିଲ ଭିତରେ କାଦୁଅ ପଂକରେ ଛାତ୍ର ଛାତ୍ରୀ ଛଟପଟ ହେଉଥିବା ବେଳେ ଛାତ୍ର ଛାତ୍ରୀଂକୁ ଉଦ୍ଧାର କରି ସ୍ଥାନୀୟ ଏକ ଘରୋଇ ହସପିଟାଲକୁ ନେଇଥିଲେ।
ତେବେ ଏଭଳି ଘଟଣା ପରେ ବିପଦ ସଂକୁଳ ଅବସ୍ଥାରେ ଏପରି ଅଟୋ ଚାଳକକଂକ କାର୍ଯକୁ ନେଇ ଏଭଳି ପ୍ରୟାସ ଆରମ୍ଭ କରିଛି ପୋଲିସ ଆଗାମି ଦିନରେ ଆହୁରି କଡାକଡି ହେବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି।
Share

Leave a Reply

Your email address will not be published. Required fields are marked *

ten − 9 =