ଧାମରା ବନ୍ଦରାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ

ଭଦ୍ରକ ()  ଚାନ୍ଦବାଲିସ୍ଥିତ ଧାମରା ବନ୍ଦରରେ ଅଗ୍ନିକାଣ୍ଡ। ଧାମରା ବନ୍ଦରର ନୂଆ ଟର୍ମିନାଲରେ ନିଆଁ ଲାଗିଯିବା ଫଳରେ ବନ୍ଦରରେ ଗଚ୍ଛିତ ଥିବା ସ୍ଲାବ ସମେତ ଅନ୍ୟାନ୍ୟ ସାମଗ୍ରୀ ପୋଡି ଯାଇଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗ୍ୟାସ୍ ଲିକ୍ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ତେବେ ବନ୍ଦରରେ କେମିତି ନିଆଁ ଲାଗିଲା ତାହାର ନିଦ୍ଧିଷ୍ଟ କାରଣ ଏ ପର୍ଯ୍ୟନ୍ତ ଜଣାପଡିଲା ନାହିଁ । ବର୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ନିଆଁକୁ ଆୟତ୍ତ କରିବାରେ ଦମକଳ ବାହିନୀ ମୃତୟନ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × two =