ସୁଇସାଇଡ଼ ନୋଟ ନିଜେ ଲୋଖିଥିଲେ ଆଦିତ୍ୟ

ଭୁବନେଶ୍ବର () ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଦିନ ଦିନକୁ ଆହୁରି ଅଡ଼ୁଆରେ ଛନ୍ଦି ହୋଇଯାଉଛି। ସୁଇସାଇଡ ନୋଟ ଅନ୍ୟ କେହି ଲେଖିଥିବା ଆଦିତ୍ୟଙ୍କ ସ୍ତ୍ରୀ ଦାବି କରିବା ପରେ ଘଟଣା ନୂଆ ମୋଡ ନେଇଥିଲା । ତେଣୁ ହ୍ୟାଣ୍ଡରାଇଟିଂ ଆଦୀତ୍ୟଙ୍କର ନା ଆଉ କାହାର ତାହା ସନ୍ଦେହ ଘେରରେ ଥିଲା। ଏନେଇ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁକୁ ଚିଠି ଲେଖିଥିଲା ଜିଆରପି । ଆଦିତ୍ୟଙ୍କ ଡାଇରୀ ଓ ସେଥିରେ ଥିବା ୪ ପୃଷ୍ଠାର ସୁଇସାଇଡ ନୋଟ ଆଦିତ୍ୟ ଲେଖିଛନ୍ତି ନା ଏହା ପଛରେ ଆଉ କାହାର ହାତ ରହିଛି ତାର ରିପୋର୍ଟ ଶୀଘ୍ର ଦେବାକୁ ଚିଠିରେ ଲେଖିଥିଲା ଜିଆରପି।

ଆଜି ଜିଆର୍‌ପିକୁ ରିପୋର୍ଟ ହସ୍ତାନ୍ତର କଲା ହ୍ୟାଣ୍ଡରାଇଟିଂ ବ୍ୟୁରୋ। ଆଦିତ୍ୟ ତାଙ୍କ ଡାଏରୀରେ ସୁଇସାଇଡ଼ ନୋଟ ନିଜେ ଲେଖି ବୋଲି ଏକଥା ସାମ୍ନାକୁ ଆସିଛି। ଡାଇରୀରେ ଓ ସେଥିରେ ଥିବା ସୁଇସାଇଡ ନୋଟ ଆଦିତ୍ୟଙ୍କ ନିଜ ହାତ ଲେଖା ବୋଲି ସ୍ପଷ୍ଟ କଲା ହ୍ୟାଣ୍ଡରାଇଟିଂ ବ୍ୟୁରୋ। ଗତ ୧୩ ତାରିଖରେ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଯାଞ୍ଚ ପାଇଁ  ପଠାଇଥିଲା ଜିଆର୍‌ପି। ଆଦିତ୍ୟର ଡାଏରୀ ଓ ସେଥିରେ ଥିବା ସୁଇସାଇଡ ନୋଟ ଷ୍ଟେଟ୍ ଫୋରେନସିକ ସାଇଣ୍ଟିଫିକ୍‌ ଲ୍ୟାବରେ ହ୍ୟାଣ୍ଡରାଇଟିଂ ବ୍ୟୁରୋ  ୭ ଜଣିଆ ଟିମ୍ କରୁଥିଲା ଯାଞ୍ଚ।

Share

Leave a Reply

Your email address will not be published. Required fields are marked *

1 × four =