ଆଜି କରୱା ଚୌଥ, ସ୍ବାମୀଙ୍କ ଶୁଭ ମନାସୁଛନ୍ତି ପତ୍ନୀ

ନୂଆଦିଲ୍ଲୀ: ଦେଶର କୋଣ ଅନୁକୋଣରେ ପାଳନ ହେଉଛି କରୱା ଚୌଥ । ସଧବା ନାରୀମାନେ ସ୍ବାମୀଙ୍କ ଶୁଭ ମନାସୀ ପାଳନ କରୁଛନ୍ତି ଏହି ପର୍ବ । ଏହି ଦିନ କରୱା ମାତାଙ୍କ ସମେତ, ମା’ ପାର୍ବତୀ, ଭଗବାନ ଶିବ ଓ ଶ୍ରୀଗଣେଶଙ୍କ ପୂଜା କରାଯାଇଥାଏ । ଦିନସାରା ସଧବା ନାରୀମାନେ ବ୍ରତ କରିଥାନ୍ତି । ରାତିରେ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦେଇ ବ୍ରତ ସମାପନ କରନ୍ତି । ଏହି ଅବସରରେ ବ୍ରତଧାରୀମାନେ ସ୍ବାମୀଙ୍କ ଦୀର୍ଘାୟୁ, ସମୃଦ୍ଧି ଓ ଶୁଭ ମନାସି ଶୃଙ୍ଗାର କରିଥାନ୍ତି । ଏହି ବ୍ରତକୁ କରକ ଚତୁର୍ଥୀ, ଦଶରଥ ଚତୁର୍ଥୀ, ସଂକଷ୍ଟୀ ଚତୁର୍ଥୀ ମଧ୍ୟ କୁହାଯାଏ ।

Share

Leave a Reply

Your email address will not be published. Required fields are marked *

five × 4 =