ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ

ପୁରୀ:  ଧର୍ମମାସ କାର୍ତ୍ତିକର ପଂଚକ ଆଜିଠାରୁ ଆରମ୍ଭ ହୋଇଛି । ଆଜି ମଧ୍ୟ ହରି ଉତଥାପନ ଏକାଦଶୀ ପାଳନ କରାଯାଉଛି । ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ହେଉଛି । ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଓ ଠିଆକିଆ ବେଶ ହେବ । ୨୩ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ ଶ୍ରୀଜିଉ । ତେବେ, ଭିଡ ଦୃଷ୍ଟିରୁ ଆଜି ଶ୍ରୀମନ୍ଦିର ମନା ହେଉଥିବାରୁ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ । ପଂଚକ ଦୃଷ୍ଟିରୁ ଶ୍ରୀକ୍ଷେତ୍ରରେ ବ୍ୟାପକ ଜନ ସମାଗମ ହେବା ସମ୍ଭାବନା ଥିବାରୁ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବାକୁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ୨୦ ପ୍ଲାଟୁନ ପୋଲିସ ନିୟୋଜିତ ହେବେ । ମରିଚିକୋଟ ଛକଠାରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ତେବେ, କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ବି ଶ୍ରୀମନ୍ଦିର ସବସାଧାରଣଙ୍କ ପାଇଁ ବନ୍ଦ ରହିବ ।

Share

Leave a Reply

Your email address will not be published. Required fields are marked *

7 + 17 =