ଦୁଷ୍କର୍ମ କରି ଗିରଫ ହେଲେ ବିଜେପି ନେତା

ବ୍ରହ୍ମପୁର () ଗଂଜାମ ଜିଲ୍ଲା ବଡଗଡ ଅଂଚଳରେ ଜଣେ ବିଜେପି ନେତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ବିଜେପି ନେତା ଜଣକ ହେଲେ ଉମା ପରିଡା । ସେ ସୋରଡାର 64ନମ୍ବର ଜୋନର ମଣ୍ଡଳ ସଭାପତି ବୋଲି ପୋଲିସ ସୂତ୍ରରୁ ସୂଚନା ।

ଉମା ବଡଗଡ ଅଂଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ରାତିରେ ସେ ସମ୍ପୃକ୍ତ ମହିଳାଙ୍କ ଘରକୁ ହାତରେ ଛୁରି ଧରି ବଳପୂର୍ବକ ପ୍ରବେଶ କରି ତାଙ୍କୁ ଦୁଷ୍କର୍ମ କରିଛନ୍ତି । ମହିଳା ଜଣକ ବଡଗଡ ପୋଲିସ ଥାନା ଅନ୍ତର୍ଗତ ମେରିକୋଟ ଗାଁର ବୋଲି ଜଣାପଡିଛି । ମହିଳା ଜଣଙ୍କ ଦେହରେ କ୍ଷତ ଚିହ୍ନ ମଧ୍ୟ ରହିଥିବା ଜଣାପଡିଛି ।

ଏ ସଂପର୍କରେ ବଡଗଡ ଥାନାରେ ଭାରତୀୟ ପିଙ୍ଗଳ କୋର୍ଡର ଧାରା 450, 376 (1), 324 ଓ 307ରେ ମାମଲା ରୁଜୁ କରାଯାଇ ଉମାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

14 − two =