କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ ହେଉ: ସ୍ୱାତୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବା ପରେ ସେ ଦେଇଥିବା ପ୍ରତିକ୍ରିୟାକୁ ନେଇ ଏବେ ଦିଲ୍ଲରୁ ପଲ୍ଲୀ ସବୁଠି ତର୍କ ବିତର୍କ ଆରମ୍ଭ ହୋଇଯାଇଛି । କଙ୍ଗନା ଶନିବାର ସାକ୍ଷାତକାରରେ କହିଥିଲେ ଭାରତ ୧୯୪୭ରେ ସ୍ୱାଧନତା ପାଇଥିଲା ସତ କିନ୍ତୁ ୨୦୧୪ରେ ପ୍ରକୃତ ସ୍ୱାଧିନ ପାଇଛି । ମୋଦି ସରକାର ଆସିବା ପରେ ଭାରତ ସ୍ୱାଧିନତା ପାଇଥିବା କଥା କହିବା ପରେ ସାରା ଦେଶରେ କଙ୍ଗନାଙ୍କ ଏହି ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସେପଟେ କଙ୍ଗନାଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଫେରାଇ ଆଣିବା ଲାଗି ଯୁକ୍ତି ବାଢ଼ିଛନ୍ତି ବୁଦ୍ଧିଜୀବୀ । ଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ରାଷ୍ଟ୍ରପତିଙ୍କୁ ଚିଠି ଲେଖି କଙ୍ଗନାଙ୍କ ପଦ୍ମଶ୍ରୀ ଫେରାଇ ନେବାକୁ ଦାବି କରିଛନ୍ତି। ସ୍ବାତୀ ମାଲିୱାଲ କହିଛନ୍ତି, କଙ୍ଗନା ରାଣାୱତ ସହିଦଙ୍କ ଅପମାନ କରିଛନ୍ତି। ସେଥିପାଇଁ ତାଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଫେରାଇ ନେବା ଉଚିତ। ଏଥିସହିତ କଙ୍ଗନାଙ୍କ ବିରୋଧରେ ଦେଶଦ୍ରୋହୀ ଧାରାରେ ମାମଲା ରୁଜୁ ବି କରାଯାଉ।

ସ୍ବାତୀ ମାଲିୱାଲ ରାଷ୍ଟ୍ରପତିଙ୍କୁ ଲେଖିଥିବା ଏକ ଚିଠିର କପି ଟୁଇଟରରେ ସେୟାର କରିଛନ୍ତି। ଏଥିସହିତ ସେ ଟୁଇଟରରେ ଲେଖିଛନ୍ତି, “କଙ୍ଗନା ରାନାୱତ ଏପରି ଜଣେ ମହିଳା ଯାହାଙ୍କୁ ଗାନ୍ଧୀ, ଭାଗବତ ସିଂଙ୍କ ବଳିଦାନ ମଜାକ ଲାଗିଛି, ଆଉ ଲକ୍ଷ ଲକ୍ଷ ଲୋକଙ୍କର ତ୍ୟାଗରୁ ମିଳିଥିବା ସ୍ୱାଧୀନତାକୁ ଭିକ୍ଷା ବୋଲି କହିଛନ୍ତି! ତାଙ୍କୁ ପୁରସ୍କାର ନୁହେଁ ତୁରନ୍ତ ଚିକିତ୍ସା ଆବଶ୍ୟକ।’’

Share

Leave a Reply

Your email address will not be published. Required fields are marked *

ten − 7 =