ଶ୍ରମ ମନ୍ତ୍ରୀଙ୍କ ଅଚାନକ ଆଶ୍ରୟ ଗୃହ ପରିଦର୍ଶନ

ଭୁବନେଶ୍ବର () ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ବିଭିନ୍ନ ଅଂଚଳ ଗସ୍ତ କରିବା ସହ ସପ୍ରାଇଜ ଭିଜିଟ ପାଇଁ ପରାମର୍ଶ ଦେଇଥିଲେ । ସେହି କ୍ରମରେ ଆଜି ଶ୍ରମ ଓ ଇଏସଆଇ ମନ୍ତ୍ରୀ ସୁଶାନ୍ତ ସିଂହ ଭୁବନେଶ୍ବର ଖାରବେଳନଗର ସ୍ଥିତ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଆଶ୍ରୟ ଗୃହ ପରିଦର୍ଶନରେ ଯାଇଥିଲେ ।

ଅପରାହ୍ନରେ ଅଚାନକ ମନ୍ତ୍ରୀ ଏହି ଆଶ୍ରୟ ଗୃହରେ ପହଁଚି ସେଠାରେ ରହୁଥିବା ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଆଶ୍ରୟ ଗୃହର ପରିସ୍ଥିତିର ମଧ୍ୟ ଯାଞ୍ଚ କରିଥିଲେ । ଖୁବଶୀଘ୍ର ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରି ଅଧିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଇପାରିବ ତାର ସମୀକ୍ଷା କରିବେ ।

ଏହି ଆଶ୍ରୟ ଗୃହରେ ଏକ ଆହାର କେନ୍ଦ୍ର ଖୋଲିବା ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି । ଏଠାରେ ରାଜଧାନୀକୁ ବିଭିନ୍ନ ଅଞ୍ଚଳକୁ ଦୈନିକ କାମ ସନ୍ଧାନରେ ଆସୁଥିବା ଲୋକଙ୍କ ପାଇଁ ପ୍ରତିଷ୍ଠା କରାଯାଇଛି । ସେମାନଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଥିଲେ ବି ଖାଦ୍ୟର ବ୍ୟବସ୍ଥା ନାହିଁ । ତେଣୁ ଆହାର କେନ୍ଦ୍ର ଖୋଲାଗଲେ ସେମାନେ 5ଟଙ୍କାରେ ମଧ୍ୟାହ୍ନ ଭୋଜନ ପାଇପାରିବେ ।

Share

Leave a Reply

Your email address will not be published. Required fields are marked *

4 × five =