ଦିଲ୍ଲୀରେ‘ଫ୍ରୀ ଲାଇଫଟାଇମ୍ ଇଲେକ୍ଟ୍ରିସିଟି’ ଯୋଜନା

ନୂଆଦିଲ୍ଲୀ() ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବଡ଼ ଘୋଷଣା କରିଛନ୍ତି। ଏବେ ଦିଲ୍ଲୀର ବିଦ୍ୟୁତ୍ ଉପଭୋକ୍ତାଙ୍କୁ ୨ଶହ ୟୁନିଟ୍ ପର୍ୟ୍ୟନ୍ତ ବିଲ୍ ମାଗଣାରେ ମିଳିବ। ତେବେ ଏହାଠାରୁ ଅଧିକ ୟୁନିଟ୍ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ପଡ଼ିବ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ଫ୍ରୀ ଲାଇଫଟାଇମ୍ ଇଲେକ୍ଟ୍ରିସିଟି’ ଯୋଜନା ଜରିଆରେ ଆଜିଠୁ ୨୦୦ ୟୁନିଟ୍ ବ୍ୟବହାର କରୁଥିବା ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଆଉ ମାସ ଶେଷରେ ବିଲ୍ ଦେବାକୁ ପଡ଼ିବ ନାହିଁ। ଖରାଦିନରେ ଦିଲ୍ଲୀର ୨୦୦ ୟୁନିଟ ବିଜୁଳି ପାଖାପାଖି ୩୩ ପ୍ରତିଶତ ଉପଭୋକ୍ତା ବ୍ୟବହାର କରୁଛନ୍ତି। ସେହିପରି ଶୀତ ଋତୁ ସମୟରେ ଦିଲ୍ଲୀରେ ୭୦ ପ୍ରତିଶତ ଲୋକ ୨୦୦ ୟୁନିଟରୁ କମ୍ ବିଜୁଳି ବ୍ୟବହାର କରୁଥିବା ସେ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

19 − 1 =